Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manjurani Mishra

Tragedy Others

3  

Manjurani Mishra

Tragedy Others

ବାପା

ବାପା

1 min
639


  ବାପା ଆବୃତ୍ତି କରନ୍ତି

ମୋ ଜୀବନ ପଛେ ନର୍କେ ପଡିଥାଉ

ବାପା କହନ୍ତି ଯାହାକୁ ଯେତିକି ପ୍ରାପ୍ତି

ସବୁ କଥାକୁ ଠାକୁର ଅଛନ୍ତି

ସହିବାକୁ ହେବ ଦୁଃଖ ଯାତନାର ଦାଉ

ବାପା କହନ୍ତି ଆହୁରି କେତେ କଥା

ଛଅମାଣ ଆଠଗୁଣ୍ଠ ଡାକମୁନସୀ ଅବୋଲକରା ଗପ

ବୋଉ କହେ ବାପା ତୁମର କୁହୁକ ଦୀପ

ଦୋ ଫସଲି ଧାନ ମୁଗ ବିକା ଖଳାବାରି

ଆମ୍ବ ପଣସ କାଜୁ ବଗିଚା ମାଛ ପୋଖରୀ

ପୁନିଅ ପରବ ବାହା ନିମିତ୍ତ ବନ୍ଧୁ କୁଣିଆ ଦିଆନିଆ

ହିସାବ କିତାବ ଜିଭ ଆଗରେ ଥୁଆ

ନଦୀ କୂଳ ଲଙ୍ଘିବା ଆଗରୁ ବାଡ ପକାନ୍ତି ବାପା

ହାତକୁ ହାତ ମିଶାନ୍ତି

ବୁଝାମଣାର ଗଣ୍ଠି ପକାନ୍ତି

ପିଆଲା ପିଆଲା ଦୁଃଖ ଅଚାନକ ଢ଼ୋକି ନିଅନ୍ତି

ବାପା ଦିଶୁଥାନ୍ତି ନିର୍ବିକାର

ସମୁଦ୍ର ଭିତରେ ବତୀଘର

ଆଜି ଭାରି ନିଜର ଲାଗେ ବାପାଙ୍କ ହସ୍ତାକ୍ଷର

ଫୁଲ ବଗିଚା ପୁରୁଣା ଜାମା ଚାଦର

ଅପହଞ୍ଚ ଦୂରତାରେ ବାପା ଦିଶୁଥାନ୍ତି ଆକାଶର ତାରା

ମୁଠା ମୁଠା ସ୍ମୃତିର ପସରା

ଫଟୋ ପାଖରେ ଦୀପ ଥୁଆ ହୁଏ

ଶ୍ରାଦ୍ଧ ଦିବସରେ ବାପା ଆସନ୍ତି ସାହି ଭାଇ ଗହଣରେ

ପିଣ୍ଡ ଦାନ ଉତ୍ସବରେ ଆଦୃଶ୍ୟରେ

ଆଉ ଥରେ ଅଭିଷେକ ହୁଅନ୍ତି ବୋଉ ଆଖିର ଲୁହରେ

ଶୂନ୍ୟ ମନ୍ଦିରରେ


Rate this content
Log in

Similar oriya poem from Tragedy