ସ୍ବପ୍ନମାନେ ମୋର
ସ୍ବପ୍ନମାନେ ମୋର
ହଁ ଅନ୍ଧାର !
ତମେଇ ଦିନେ ମୋତେ ଠେଲି ଦେଇଥିଲ ଆଲୋକକୁ
ମାଆ ପେଟର ସେ ଅନ୍ଧାର ଡିଆଁଇ
ଚିହ୍ନେଇ ଦେଇଥିଲ ଆଲୋକକୁ ।
କହିଥିଲ କାନେକାନେ
ନେ ଭୋଗିନେ ଆଲୋକରେ ନିଜକୁ
ଦେଖିନେ ଆଉ ବୁଝିନେ ମୃତ୍ୟୁଲୋକରେ ଜୀବନର ଲୀଳା ।
ଏତେ ଅଭିମାନୀ ହୁଅ ନାହିଁ ସ୍ବପ୍ନମାନେ ମୋର
ଅନ୍ଧାରର ଆରପାଖେ ଉଇଁ ଆସେ ସୂର୍ଯ୍ଯ
ତୁମେ ବି ଭେଟିବ ଦିନେ ନୂଆ ଏକ
ସମ୍ଭାବନାର ସୁନେଲୀ ସକାଳ |
