STORYMIRROR

Titi Sarangi

Fantasy

3  

Titi Sarangi

Fantasy

ସ୍ବପ୍ନମାନେ ମୋର

ସ୍ବପ୍ନମାନେ ମୋର

1 min
92

ହଁ ଅନ୍ଧାର !

ତମେଇ ଦିନେ ମୋତେ ଠେଲି ଦେଇଥିଲ ଆଲୋକକୁ

ମାଆ ପେଟର ସେ ଅନ୍ଧାର ଡିଆଁଇ

ଚିହ୍ନେଇ ଦେଇଥିଲ ଆଲୋକକୁ ।

କହିଥିଲ କାନେକାନେ

ନେ ଭୋଗିନେ ଆଲୋକରେ ନିଜକୁ

ଦେଖିନେ ଆଉ ବୁଝିନେ ମୃତ୍ୟୁଲୋକରେ ଜୀବନର ଲୀଳା ।

ଏତେ ଅଭିମାନୀ ହୁଅ ନାହିଁ ସ୍ବପ୍ନମାନେ ମୋର

ଅନ୍ଧାରର ଆରପାଖେ ଉଇଁ ଆସେ ସୂର୍ଯ୍ଯ

ତୁମେ ବି ଭେଟିବ ଦିନେ ନୂଆ ଏକ

ସମ୍ଭାବନାର ସୁନେଲୀ ସକାଳ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy