ଯନ୍ତ୍ରଣା
ଯନ୍ତ୍ରଣା
ଏମିତି ନିଜର ସାଥୀ କିଏ ଅଛି
ଯନ୍ତ୍ରଣାଠୁ ବଳି କୁହ
ଜୀବନ ରାସ୍ତାରେ ସୁଖ ଛାୟା ମାତ୍ର
ସବୁଠି ଯନ୍ତ୍ରଣା ଚିହ୍ନ ।
ମାଆଟିଏ ହସେ ଶିଶୁ ମୁଖ ଚାହିଁ
କେତେ ଯନ୍ତ୍ରଣାରେ ଫଳ
ଯୁଆନ ପୁଅର ଗରବ କି ବୁଝେ
ବାପାଙ୍କ ଜୀବନ ଜଞ୍ଜାଳ ।
କୋଉଠି ଖାଇବା ବଳିଗଲା ପରେ
ଫିଙ୍ଗିବା ବି ଗୋଟେ ଯନ୍ତ୍ରଣା
ସେ କିବା ବୁଝିବ ଖାଦ୍ୟ ମୁଠେ ପାଇ
କେ ସହେ କେତେ ଯାତନା ।
ଏଇ ଜୀବନ ଇତି କଥା ଯାର
ଯନ୍ତ୍ରଣାଠୁ ବଳି ମଧୁର
ଯନ୍ତ୍ରଣା ନଥାଇ ଜୀବନଟେ କାହିଁ
କାହିଁ ବା ଛନ୍ଦ ବଞ୍ଚିବାର !!
