STORYMIRROR

Titi Sarangi

Abstract

2  

Titi Sarangi

Abstract

ମାର୍ଗଶୀରର ଏକ ସଞ୍ଜ

ମାର୍ଗଶୀରର ଏକ ସଞ୍ଜ

1 min
409

କୁହୁଡି ପଣତଟିଏ ଢାଙ୍କି ଦେଉଛି ଚାରିପଟକୁ

ଶୀତେଇ ଯାଉଛି ଦେହ 

ଆଉ ଉଷୁମ ହେଉଛି ମନ

ତାଜା ତାଜା ସ୍ମୃତିର ଉଷ୍ମତାରେ

ମନ ବିଭୋର ହେଇ ଉଠୁଛି 

ଶେଷ ମାର୍ଗଶୀରର ଏଇ ଶୀତୁଆ ସଂଜରେ

ଯେତେ ଦେଖିଲେ ବି ନୂଆ ନୂଆ ଲାଗୁଛି ଜହ୍ନ

ସତେ ଅବା ତା ଦେହରେ ଅଙ୍କା ହେଇଛି

ମୁଁ ଭୁଲି ପାରୁ ନଥିବା ଅନେକ ମିଠା ସ୍ମୃତିର

ବିମୁଗ୍ଧ ସୁନ୍ଦର ପଦଚିହ୍ନ

କୋଉ ଦୂର ରାଇଜରୁ ଭାସି ଆସୁଛି ଅତି ପରିଚିତ

କାହାର ଏକ ଚିହ୍ନା ଚିହ୍ନା ସ୍ବର

"ଜହ୍ନ ନୂଆ ଲାଗନ୍ତା ନି କି ତୋତେ ଆଉ

ତୁ ନିଜ ଭିତରେ ନିଜକୁ ଖାଲି ହିଁ ଚାଲିଛୁ

ଖୋଜି ପାଇଛୁ କି ଏଯାଏଁ

ସତେ ସବୁ କିଛି କାହିଁକି ଏତେ ନୂଆ ନୂଆ ଲାଗେ

ମାର୍ଗଶୀରର ଏଇ ଶୀତୁଆ ସଂଜ ଆଉ ଚତୁର୍ଦ୍ଦଶୀର ଏଇ ଜହ୍ନ ବି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract