ଉନ୍ମେଷ
ଉନ୍ମେଷ
1 min
183
ମୋ ନିଜ ଭିତରେ ଖୋଜି ମୁଁ ପାରିଛି
ବିଶ୍ଵ ବ୍ରହ୍ମାଣ୍ଡର ରୂପ
ଉନ୍ମେଷି ଆସୁଛି ନୂଆ ପୃଥିବୀଟେ
ନୂତନତ୍ୱର ଆଲୋକ ।
ସୂର୍ଯ୍ୟ ହସେ ସେଠି ପୂର୍ଵାଶାରେ
ପ୍ରତ୍ୟାଶା ଭରି ଦେଇ
ଅପସରି ଯାଏ ନିରାଶା ସେଠାରେ
ସକାଳ ଆଲୋକ ପାଇ ।
ଦେଖାଏ ମନକୁ ନୂଆ ନୂଆ ସ୍ୱପ୍ନ
କର୍ମକ୍ଳାନ୍ତ ରାତି ତହିଁ ।
ଈଶ୍ୱର ସେଠାରେ ଚିର ଅବନତ
ବରଦ ମୁଦ୍ରାରେ ପୂଜ୍ୟ
ସତେକି ସ୍ୱର୍ଗ ଆସିଛି ଓହ୍ଲାଇ
ଏଇ ସେ ଆହ୍ୱିତ ରାଜ୍ୟ ।
କ୍ରୋଧ ଆସେ ସେଠି ପରମ ପ୍ରେମରେ
ଲୁହ ଆସେ ଆନନ୍ଦରେ
ସେଇ ପୃଥିବୀର ନବ ଉନ୍ମେଷ ହୋଇଛି
ଆଜି ମୋ ହୃଦୟରେ।
