STORYMIRROR

Titi Sarangi

Abstract

3  

Titi Sarangi

Abstract

ଆଧୁନିକା

ଆଧୁନିକା

1 min
228

ହଁ ସେ ବଦଳିଛି

ଆଜି ନୁହେଁ ପ୍ରତି ମୁହୂର୍ତ୍ତରେ

ନିଜକୁ ଗଢି ଚାଲିଛି ସେ

ନିଜର ନୂଆ ଏକ ରୂପରେ

ସେଇ ରୂପଟି ଯାହାପାଇଁ ସେ ସ୍ବପ୍ନ ଦେଖେ

ସିରିଅଲ୍ ସିନେମାର ଶାଶୁବୋହୁ କାହାଣୀର

ସେ ଆଇ ଅବାସ୍ତବ ନାୟିକା ନୁହେଁ

ଖୁବ୍ ସୁନ୍ଦର ମ୍ଯାନେଜ୍ ତାର

ସେ ଅଫିସରେ କାମ କରେ

ଘର ବି ସଜାଏ

ତା ନଖରେ ଲାଗେନି ଅଟା କି

ଗୋଇଠି ତାର ଫଟା ନୁହେଁ ଏବେ

ଖୁବ୍ ସୁନ୍ଦର ପେଡିକିଓର୍ ମେନିକିଓର୍ କରା ହାତ ପାଦ

ଖୁବ୍ ମନ ଦେଇ କାମ କରେ

ଭୁଲିଯାଏ ଚୂଲୀ କି ଚାଉଳ କଥା

ଘରେ ବି ମନେ ପକାଏନି ଅଫିସ୍ କଥା

ପିଲେ ତାର ହୋମ୍ ଓ୍ବର୍ର କରନ୍ତି ମାଆ ପାଖେ

ଭଲ ନମ୍ବର ରଖି ପାଠ ପଢନ୍ତ୍ି

କୋକରିକୁଲାର୍ ବି ବଢିଆ କରନ୍ତ୍ି

ପତିକୁ ସେ ବୁଝେଇ ଦେଇଛି

ଘର ନା ତୁମର ନା ମୋର

ଆମ ଦୁହିଁଙ୍କର ତ

ପିଲେ ତୁମର ନା ମୋର

ଆମ ଦୁହିଁଙ୍କର ତ

ହାତକୁ ବଢେଇ ଦିଏନି ପତିକୁ ରୁମାଲ୍

ନିଜ କାମ ନିଜେ କରିବା ପଣଟି ବୁଝେ ତା ପତି

ମୈର୍ତ୍ତ୍୤ରେ ବୈକୁଣ୍ଛ କରିବାର ପଣରେ

ଦୁହେଁ ତ ଅଙ୍ଗୀକାରବଦ୍ଧ

ସେ ବାହାରି ଆସିଛି ଚିରାଚରିତତା ଭିତରୁ

ସେ ଆଧୁନିକା ଆତ୍ମବିଶ୍ବାସରେ

ମହିଳା ଦିବସ ତା ପାଇଁ ସବୁଦିନ ପାଳନ୍ତି

ତା ପିଲା ପରିବାର

ତା ଭଳି ଶିକ୍ଷିତାଟିଏକୁ

ପତ୍ନୀ ଆଉ ମାଆ ରୂପରେ ପାଇ ଧନ୍ଯ ସେମାନେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract