STORYMIRROR

Titi Sarangi

Romance

3  

Titi Sarangi

Romance

ସ୍ବର

ସ୍ବର

1 min
235

ଏ କାହାର ସ୍ବରଟିଏ ଗୁଞ୍ଜରିତ ହୁଏ

କେବେ ମୋ ହୃଦୟରେ ତ କେତେବେଳେ ଅନ୍ତରୀକ୍ଷେ

ଆନମନା କରେ ନିରନ୍ତର ।

ଭୁଲିଯାଏ ରନ୍ଧା ଘରର ଭାତହାଣ୍ଡି ଆଉ ଚୂଲି

ଝର୍କା ଡେଇଁ ଆଖି ମୋର ଖୋଜି ହୁଏ ଆକାଶର ଶୂନ୍ୟ ଦେହରେ

ନୀରିହ ଏ ପରଶ କାହାର ।

ଉଡି ଆସେ ଚଢ଼େଇଟିଏ ଡେଣା ମେଲି

ପରୀରାଇଜର କାହାଣୀ ଗାଇ ଅନାବନା ସୁଧରେ ତାର

ତଲ୍ଲୀନ କରି ଦିଏ ମନକୁ ବିବାକ

ହଁ ମୋତେ ଫେରିବାକୁ ହୁଏ ଜୋର କରି

ସେ ମୋ ହୃଦୟରେ ରହିଥାଏ ସେହିପରି ସଜ୍ଜିତ

ତାର ମୋର ଭାବ କିନ୍ତୁ ଏକ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance