STORYMIRROR

Anjana Naik,Anju..Deogarh

Tragedy

4  

Anjana Naik,Anju..Deogarh

Tragedy

ସ୍ବପ୍ନ

ସ୍ବପ୍ନ

1 min
333


ସବୁ ସ୍ବପ୍ନ ରଙ୍ଗୀନ ହେବାକଥା 

ଦିନରେ ବିଭୋର, ରାତିରେ ଅଧିର 

ନିଦରେ ତ ଦାଉ ଦାଉ ଜଳିବା କଥା

କାହିଁ କେତେଦିନୁ ସେ ସମ୍ପର୍କର

ସେନେହର ପତଳା ଡୋରି ଖଣ୍ଡକ

ଛିଣ୍ଡି ଚୁରମାର ହେଲାଣି 

ଅଢ଼େଇ ଅକ୍ଷରର ସେ ସମ୍ପର୍କ

ମୋ ମନରେ ଜଳି ପୋଡ଼ି ପାଉଁଶ ହେଲାଣି 

କେମିତି କହିବି ପୁଣି

ଆଉ ଥରେ ତମେ କୃଷ୍ଣ ହୋଇ ଯାଅ 

ମୁଁ ରାଧା ବନିଯିବି ।


ଛୋଟ ଛୋଟ ମାନ ଅଭିମାନରେ

ମିଶା ମିଶି ପ୍ରେମ ମଧୁମୟ ହେବାକଥା

ଆଖିରେ ଆଖିରେ ଅକୁହା ଭାଷା 

ବୁଝା ବୁଝି ହେଇ କୁହୁଡିରେ 

ଘର କରିବା କଥା 

ସମୁଦ୍ର ବାଲି ପଠାରେ ଅତୀତର 

ଆମ ସ୍ବପ୍ନର ରାଜ ମହଲ

ଆଉ ସମ୍ପର୍କର ପ୍ରାଚୀର 

ତମର ମୋର ବ୍ୟବଧାନ ପରେ 

କେବେଠୁଁ ପାଣିରେ ମିଶି ଗଲାଣି 

କେମିତି କହିବି ପୁଣି

ଆଉ ଥରେ ତମେ କୃଷ୍ଣ ହୋଇ ଯାଅ 

ମୁଁ ରାଧା ବନିଯିବି ।


ଭାବାବେଗ କା ଆଗେ ବଖାଣିବି

ଦୁଃଖ ପଚାରି 

ମନ କଥା ବୁଝିବା ଲୋକ ନାହିଁ 

କେମିତି କହିବି ମୁଁ ପକ୍ଷୀ ଟିଏ ହୋଇ

ମୁକ୍ତ ଆକାଶ ତଳେ ଏବେ ବିନ୍ଦାସ୍ ଉଡ଼ୁଛି 

ଲଗାମ ତ ଛିଣ୍ଡି ଯାଇ

ଅପନ୍ତରା ଇଲାକାରେ

ସବୁ ସ୍ବପ୍ନର ବାଜି ହରେଇ

କଟିଯାଇଥିବା ଗୁଡ଼ି ଟିଏ ପରି

କେବେଠୁଁ ମୁଁ ପଥହରା ହୋଇ ଗଲିଣି 

କେମିତି କହିବି ପୁଣି

ଆଉ ଥରେ ତମେ କୃଷ୍ଣ ହୋଇ ଯାଅ 

ମୁଁ ରାଧା ବନିଯିବି ।


ଜୀବନଟା ସାଲିସ କରି ଚଳିଯିବା କଥା

କେମିତି କହିବି ସାଇତି ଥିବା

ଭବିଷ୍ୟତର ସବୁ ସ୍ବପ୍ନକୁ 

ମୁଁ ବିନିମୟ କରି ଦେଇଛି ବୋଲି 

ଜାଣିଲି ମୁଁ କେତେ ସ୍ବାର୍ଥପର 

ଆକାଶଠୁ ବେଶି ସାଗରଠୁ ବେଶି 

ରଖିଛି ଗୋପନରେ ମୁଦା ଆଖିରେ 

ପୁଣି ମୋ ଭଙ୍ଗା ହୃଦୟରେ 

ତୋ ଛବି ଆଙ୍କି ଆଙ୍କି 

ଲେଖୁଚି ପ୍ରଚୁର ତୋ ସ୍ମୃତି ସାଉଁଟି 

କେମିତି କହିବି ପୁଣି

ଆଉ ଥରେ ତମେ କୃଷ୍ଣ ହୋଇ ଯାଅ 

ମୁଁ ରାଧା ବନିଯିବି ।


ଅଭିମାନ କରି ଚ଼ାଲି ମୁଁ ଆସିଲି

ତୋ ଠାରୁ ଦୂରରେ ରହିବା ପାଇଁ 

ତୋତେ ସିନା ଏକା ଛାଡ଼ି ମୁଁ ଆସିଲି 

ମୋ କବିତାରୁ ତୋତେ ତଡ଼ି ପାରୁନି  

ଭାବୁଛି ପ୍ରଚୁର ,ଲେଖୁଛି ପ୍ରଚୁର 

ଭାବନା କଳ୍ପନାର ରାଜ୍ୟରେ ଥାଇ

ତୋ ପ୍ରେମର ନିଶା, ଆଜିଯାଏଁ ପ୍ରିୟ 

ମୋ ମନ ହୃଦୟରୁ ଓହ୍ଲାଇ ନାଇଁ

ନିରୋଳାରେ ଭାବିନେବି   

ଆଉ ଥରେ ତମେ କୃଷ୍ଣ ହୋଇ ଯାଅ 

ମୁଁ ରାଧା ବନିଯିବି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy