STORYMIRROR

Narendra Prasad Behera

Abstract Others

3  

Narendra Prasad Behera

Abstract Others

ସ୍ବପ୍ନ

ସ୍ବପ୍ନ

1 min
156


ଦେଖିଥିଲ ସ୍ବପ୍ନ  ଆହେ ବାପୁ ଦିନେ

     ସୁନ୍ଦର ସମାଜ ପାଇଁ

ପାରିଲାନି ଦେଖି  ତୁମ ଦୁଇ ଆଖି

     ଆଗରୁ ପଡିଲ ଶୋଇ ।୧।


ସ୍ବପ୍ନ ଆଜି ତୁମ  ସ୍ବପ୍ନରେ ରହିଲା

     ହେଲାନାହିଁ ପରିପୂର୍ଣ୍ଣ

ଦିବାରାତ୍ର ସ୍ବପ୍ନ   ଦେଖି ଏ ମଣିଷ

     ନିଜକୁ ମଣୁଛି ଧନ୍ଯ ।୨।


ତୁମ ସ୍ବପ୍ନ ଥିଲା  ରାତି ବାରଟାରେ

     ନାରୀ କଲେ ବିଚରଣ

ପ୍ରକୃତ ସ୍ବାଧୀନ   ହୋଇବ ସେଦିନ

     ଭାରତ ବାସୀଙ୍କ ମନ ।୩।


କାହିଁ ଗଲା ସ୍ବପ୍ନ   ସେଦିନର ବାପୁ

      ମିଳିଲାନି ସ୍ବାଧୀନତା

ବିଚାରୀ ନାରୀର  ପ୍ରାଣ ଚାଲିଗଲା

     କେହି ପାଇଲେନି ପତ୍ତା ।୪।


ଆଉଥରେ ନିଅ  ମଣିଷ ଜନମ

    ସ୍ବାଧୀନତା ଦେବା ପାଇଁ

ଅଧା ସ୍ବପ୍ନ ତୁମ   ପୂର୍ଣ୍ଣ କରିବାକୁ

    ମର୍ତ୍ତ୍ୟକୁ ଆସହେ ଧାଇଁ ।୫।


ଦେଖିଯାଅ ତୁମ   ସ୍ବପ୍ନର ସମାଜ

    କାନ୍ଦୁଛି ବିକଳ ହୋଇ

ପୂର୍ଣ୍ଣ କର ତୁମ   ଅଧା ଥିବା ସ୍ବପ୍ନ

    ମହାମନ୍ତ୍ର ଫୁଙ୍କି ଦେଇ ।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract