ସ୍ବପ୍ନ
ସ୍ବପ୍ନ
ଦେଖିଥିଲ ସ୍ବପ୍ନ ଆହେ ବାପୁ ଦିନେ
ସୁନ୍ଦର ସମାଜ ପାଇଁ
ପାରିଲାନି ଦେଖି ତୁମ ଦୁଇ ଆଖି
ଆଗରୁ ପଡିଲ ଶୋଇ ।୧।
ସ୍ବପ୍ନ ଆଜି ତୁମ ସ୍ବପ୍ନରେ ରହିଲା
ହେଲାନାହିଁ ପରିପୂର୍ଣ୍ଣ
ଦିବାରାତ୍ର ସ୍ବପ୍ନ ଦେଖି ଏ ମଣିଷ
ନିଜକୁ ମଣୁଛି ଧନ୍ଯ ।୨।
ତୁମ ସ୍ବପ୍ନ ଥିଲା ରାତି ବାରଟାରେ
ନାରୀ କଲେ ବିଚରଣ
ପ୍ରକୃତ ସ୍ବାଧୀନ ହୋଇବ ସେଦିନ
ଭାରତ ବାସୀଙ୍କ ମନ ।୩।
କାହିଁ ଗଲା ସ୍ବପ୍ନ ସେଦିନର ବାପୁ
ମିଳିଲାନି ସ୍ବାଧୀନତା
ବିଚାରୀ ନାରୀର ପ୍ରାଣ ଚାଲିଗଲା
କେହି ପାଇଲେନି ପତ୍ତା ।୪।
ଆଉଥରେ ନିଅ ମଣିଷ ଜନମ
ସ୍ବାଧୀନତା ଦେବା ପାଇଁ
ଅଧା ସ୍ବପ୍ନ ତୁମ ପୂର୍ଣ୍ଣ କରିବାକୁ
ମର୍ତ୍ତ୍ୟକୁ ଆସହେ ଧାଇଁ ।୫।
ଦେଖିଯାଅ ତୁମ ସ୍ବପ୍ନର ସମାଜ
କାନ୍ଦୁଛି ବିକଳ ହୋଇ
ପୂର୍ଣ୍ଣ କର ତୁମ ଅଧା ଥିବା ସ୍ବପ୍ନ
ମହାମନ୍ତ୍ର ଫୁଙ୍କି ଦେଇ ।୬।