ସ୍ବପ୍ନ
ସ୍ବପ୍ନ
ଅନେକ ପ୍ରକାରର ସପନ ଦେଖୁଛି
ହେଲେ ଆଜିର ସପନ ଭିନ୍ନ
ସେ ସପନରେ ଥିଲେ ମୋ ପ୍ରେମିକ
ତା ସରି ହେବ କିଏ ସମାନ ॥
ଆକାଶରୁ ଚାନ୍ଦ ଆଣ କହିଲେ ବି
କରନ୍ତିନି କେବେ ମନା
ମଥାରେ ସିନ୍ଦୁର ହାତେ ଶଙ୍ଖା ଦେବାକୁ
ହେଲେଣି ସେ ଆନମନା ॥
ମେଘକୁ ମୟୂର ଭଲ ପାଏ ଯେତେ
ସେତେ ଭଲ ପାନ୍ତି ମୋତେ
ମୁଁ ବି ମୋ ଠାରୁ ତାଙ୍କୁ ଅଧିକ ଭଲ ପାଏ
ଏଣୁ ଭଲ ପାଇବା ବଢୁଛି ସେତେ ॥
ମୋ ଘରକାମରେ ନିତି ହାତ ବଢାନ୍ତି
ନ ଭାବି କାହାର କେଉଁ କାମ
କିଏ ଯଦି କେବେ ପ୍ରଶ୍ନ ତାଙ୍କୁ କରେ
ମୁଁ ତା ପାଇଁ ହୋଇଛି ଜନମ ॥
କାହାର ନଜର କେବେ ବି ନ ପଡୁ
ଆମ ପ୍ରେମ ପୁସ୍ତକରେ
କିଏ ଯଦି କେବେ ଚେଷ୍ଟା ବି କରିବ
ବୁଝାଇବି ତାକୁ ଚାପୁଡାରେ ॥

