STORYMIRROR

Baijayantimala Rout

Abstract

2  

Baijayantimala Rout

Abstract

ସ୍ବପ୍ନ

ସ୍ବପ୍ନ

1 min
160

ଆଖି ପଲକରେ ଭରିଯାଏ ଯେଉଁ

ସୁନ୍ଦର ଭାବର ଛବି,

ମାନସ ପଟରେ ଆଙ୍କି ହୋଇଯାଏ

ପ୍ରକାଶଇ ସମ, ରବି

ସ୍ବପ୍ନ ଅଟେ ସେଇ ପ୍ରତିଛବି ନାମ

ଉନ୍ମାଦନା ଦିଏ ଭରି,

ଭରିଦିଏ କେବେ ରଙ୍ଗ ଏ ଜୀବନେ

କେବେ ଯାଏ ଅପସରି

କେବେ ସେ ଝରାଏ ଆଖିରୁ ଲୋତକ

ଦୁଃଖ କିଛି ସାଥେ ନେଇ,

ଆସେ କେବେ ସିଏ ମୁଦ୍ରିତ ନୟନେ

କେବେ ଖୋଲା ଆଖି ଦେଇ

ସ୍ବପ୍ନ ଅଟେ ପୁଣି ଖିଆଲି ମନଟେ

ସତେ କି ଅଳକା ନନ୍ଦା,

ଅଟେ ପୁଣି ସେଇ ସଜ ଫୁଟା ଫୁଲ

କେବେ ସେ ରଜନୀଗନ୍ଧା

ସ୍ବପ୍ନ କେବେ ସତ ହେଉ କି ନ ହେଉ

ଲାଗେ ଭଲ ଦେଖିବାକୁ,

ସ୍ମୃତି ଅଟେ ସ୍ବପ୍ନ କଳ୍ପନା ବି ସ୍ବପ୍ନ

ଜୀବନ ରଙ୍ଗେଇବାକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract