ସ୍ବପ୍ନ
ସ୍ବପ୍ନ
ମୁଦିତ ନୟନେ ଅବଚେତନ ମନେ
ଦେଖୁ ଯେଉଁ ସ୍ବପ୍ନ ତାହା
ସ୍ୱପ୍ନ ଲୋକେ ବିଚରଣ ମାତ୍ର
ପ୍ରକୃତ ସ୍ବପ୍ନ ମନ କୁ କରେ ଆନ୍ଦୋଳିତ
ନିଦ୍ରା ଚାଲିଯାଏ ଛଡି
ତାହାକୁ ଦେଖୁ ନେତ୍ର ଫେଡ଼ି
କରିବାକୁ ହେବ ଅସାଧ୍ୟ ସାଧନ
କରିବାକୁ ହେଲେ ସତ
ନତୁବା କେବେଳ ଦେଖିଥିବୁ ସ୍ବପ୍ନ
ବାସ୍ତବତା ରହିଯିବ ଦୂରେ
ସେଥିପାଇଁ ବାବୁ ନିଇତି ପ୍ରଯତ୍ନ କରେ
ଆଳସ୍ୟ ପରିତ୍ୟାଗ କରେ
ବନ୍ଧୁର ପଥ ଏ ନୁହଁଇ ସହଜ
ଏ କଥା ମନରେ ହେଜ
ବିନ୍ଦୁ ବିନ୍ଦୁ ନୀରେ ସାଗର ପରାଏ
ପରିଶ୍ରମ ଦିବାନିଶି କର
ନିଶ୍ଚେ ଲଭିବୁ ଆତ୍ମସନ୍ତୋଷ ଦିନେ
ସାକାର କରିବୁ ସ୍ବପ୍ନ ଏକ ଦିନେ
ରହିବନି ଶୋଚନା ମନେ l
