"ସଭିଏଁ କହନ୍ତି"
"ସଭିଏଁ କହନ୍ତି"
ଦୁଷ୍ଟଟିଏ ବୋଲି
ସଭିଏଁ କହନ୍ତି ମୋତେ
ବନେଇ ଚୁନେଇ
ବଢ଼ାଇ କହନ୍ତି କେତେ
ମାଆ ମୋର ସାହା
ବୁଝଇ ଦୁଃଖ ଯେ ମୋର
ପଦେ କଥା କହି
କରି ନିଏ ସେ ନିଜର
ବୁଝିଛି ଯେତିକି
ଜାଣିଛି ଯେତିକି ମୁହିଁ
ସବୁ ଦୁଃଖ ସହେ
ମୋହରି ମୁହଁକୁ ଚାହିଁ
କେଡ଼େ ସେନେହି ସେ
ଗଣ୍ଠି ଧନ କହୁ ଥାଏ
ନିଜେ ନ ଖାଇ କି
ନିତି ଖୁଆଇ ସେ ଦିଏ
ଦାଣ୍ଡ କଳି ନେଇ
ମୁଁ ଯେବେ ଘରେ ପୁରାଏ
ମାଆ ମୋର ପୁଣି
ସତେ ସେ କେତେ ବୁଝାଏ
ଧନ୍ୟ ତୁହି ମାଆ
ତୋପରି କିଏ ସେ ହେବ
ହଜାରେ ଭୁଲକୁ
ନିଜ ଗୁଣେ କ୍ଷମା ଦେବ
