STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

"ସଭିଏଁ କହନ୍ତି"

"ସଭିଏଁ କହନ୍ତି"

1 min
184

ଦୁଷ୍ଟଟିଏ ବୋଲି

ସଭିଏଁ କହନ୍ତି ମୋତେ

ବନେଇ ଚୁନେଇ

ବଢ଼ାଇ କହନ୍ତି କେତେ


ମାଆ ମୋର ସାହା

ବୁଝଇ ଦୁଃଖ ଯେ ମୋର

ପଦେ କଥା କହି

କରି ନିଏ ସେ ନିଜର


ବୁଝିଛି ଯେତିକି

ଜାଣିଛି ଯେତିକି ମୁହିଁ

ସବୁ ଦୁଃଖ ସହେ

ମୋହରି ମୁହଁକୁ ଚାହିଁ


କେଡ଼େ ସେନେହି ସେ

ଗଣ୍ଠି ଧନ କହୁ ଥାଏ

ନିଜେ ନ ଖାଇ କି

ନିତି ଖୁଆଇ ସେ ଦିଏ


ଦାଣ୍ଡ କଳି ନେଇ

ମୁଁ ଯେବେ ଘରେ ପୁରାଏ

ମାଆ ମୋର ପୁଣି

ସତେ ସେ କେତେ ବୁଝାଏ


ଧନ୍ୟ ତୁହି ମାଆ

ତୋପରି କିଏ ସେ ହେବ

ହଜାରେ ଭୁଲକୁ

ନିଜ ଗୁଣେ କ୍ଷମା ଦେବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract