STORYMIRROR

SUSHREE SANGITA

Abstract Inspirational Others

3  

SUSHREE SANGITA

Abstract Inspirational Others

ସ୍ବଭାବ

ସ୍ବଭାବ

1 min
68


ଧରଣୀ ସମ ହୁଅ ତୁମେ

ବକ୍ଷେ ବହି ଦୁଃଖ ପ୍ରାସ

ସାଗର ପରି ଦିଅ ଫେରାଇ

ଓଠରେ ଝରାଇ ମୁକୁତାର ହସ।


ସୁଖ ତୁମ ଜୀବନର 

ସବୁ ଦେଇ ବାଣ୍ଟି

ଦ୍ୱେଷ ଭୁଲି ଅନ୍ୟ ଖୁସିରେ

ହୋଇଯାଅ ତୁମେ ଖୁସି।


ବୃକ୍ଷ ପରି ଛାଇ ଦେଇ

ହୋଇଯାଅ ଜଣେ ଦାତା

ମନେ କଷ୍ଟ ଲୁଚାଇ ରଖ

ନ ଦେବା ପାଇଁ କାହାକୁ ବ୍ୟଥା।


ବାରୀ ପରି ହୁଅ ତୁମେ

ମେଣ୍ଟାଇବାକୁ ତୃଷ୍ଣା

ଶୀତଳତା ଭରି ଦିଅ ଜୀବନେ

ଯେମିତି ଚନ୍ଦ୍ରର ଜ୍ୟୋତ୍ସ୍ନା।


ଦୀପ ସମ ଜଳି ତୁମେ 

ଗ୍ରାସ କର ଅନ୍ଧକାର

ଶିକ୍ଷାର ମହତ୍ତ୍ଵ ବୁଝାଇ ସଭିଙ୍କୁ

ପ୍ରସାର କର ଜ୍ଞାନର।


ଦେବାରେ ଯେଉଁ ଆନନ୍ଦ ଥାଏ

ନେବାରେ ସେ ଖୁସି କାଇଁ

ଡରର ବିନାଶ କରିବା ଶିଖାଅ

ସତ୍ୟ,ଧର୍ମ ପଥରେ ଯାଇ।


ଦୁଃଜନ ଯେ ସଂସାରଟା ସାରା

ଭଲ ଲୋକଙ୍କର ଅଭାବ

ଆଶା ମୋର ଏ କବିତାରୁ ତୁମେ

ଆଦରିବ ଉତ୍ତମ ସ୍ବଭାବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract