STORYMIRROR

Kunja Bihari Dalai

Inspirational

4  

Kunja Bihari Dalai

Inspirational

ସ୍ବାର୍ଥରେ ବନ୍ଧା ଏ ଜଗତ

ସ୍ବାର୍ଥରେ ବନ୍ଧା ଏ ଜଗତ

1 min
398

ତିରିଶି ବର୍ଷର ପୁଅ ସ୍ବର୍ଗ ବାସୀ

ମାଆ କାନ୍ଦେ ପିଟି ମଥା,

ଭାର୍ଯ୍ୟା କାନ୍ଦୁଅଛି ବାହୁନି ବାହୁନି

କି ବର୍ଣ୍ଣିବି ବାପା କଥା।


ସାତ ବରଷର ପୁଅଟି ଜାଣେନି

କିପାଇଁ କାନ୍ଦୁଛି ମାଆ,

ଏମାନଙ୍କ କାନ୍ଦ ଦେଖି ସେ କାନ୍ଦୁଛି

ଧରିଛି ଗୋଟିଏ ରାହା।


ବାପା ମାଆ ପତ୍ନୀ କାନ୍ଦୁଛନ୍ତି କହି

ମୋତେ ଯା ନେଲାନି ଯମ,

ଯୁବା ବୟସରେ ହୋଇଲା ମରଣ

ବାକି ଅଛି କେତେ କାମ ।


ପରିବାର ଯାକ ଗୁରୁଙ୍କ ଆଶ୍ରୀତ

ଗୁରୁ ଆସି ହେଲେ ଉଭା,

ଗୁରୁଙ୍କୁ ସମ୍ମୁଖେ ଦେଖି ସର୍ବ ଜନ

କାନ୍ଦନ୍ତି ଜୋର୍ ରେ ଭୋ ଭା।


ଗୁରୁଙ୍କ କହିବା ମାତ୍ରକେ ପତ୍ନୀ ତା

ଦେଲା ଏକ ଗ୍ଲାସ ପାଣି,

ସେ ପାଣିକୁ ଗୁରୁ ମନ୍ତ୍ରପୁତ କରି

ରଖନ୍ତି ସମ୍ମୁଖେ ପୁଣି।


କହନ୍ତି ଏ ପାଣି ଯିଏବି ପିଇବ

ମୃତ୍ୟୁ ହୋଇବଟି ତା'ର,

ସେହି ଆତ୍ମା ପୁଅ ଶରୀରେ ପଶିବ

ବଞ୍ଚିବ ପୁଅ ତୁମର।


ବୁଢ଼ା କହେ ପାଣି ପିଇ ମରିବାକୁ

ନାହିଁ ମୋ ମନରେ ଡର,

ବୁଢୀଟିର ଦେହ ଭଲ ରହୁନାହିଁ

କେ ବୁଝିବ ତା ଖବର ।


ମୋ ବିନା ଅଚଳ କହୁଅଛି ବୁଢ଼ୀ

କେମିତି ଚଳିବ ବୁଢ଼ା,

ଦେହହାତ ତାଙ୍କ ଦରଜ ହୋଇଲେ

କରିବ କେ ଘଷା ମୋଡ଼ା ।


ବୋହୂ କହୁଅଛି ପିଲାଟି ମୋହର

କେମିତି ବଞ୍ଚିବ ଏକା,

ଦିନରେ ତା ବାପା ବାହାରେ ରହିବେ

ରାତିକି ହେବ ଯା ଦେଖା ।


କହୁଛନ୍ତି ଗୁରୁ ମୁଁ ଯାହା ଦେଖୁଛି

ସମସ୍ତଙ୍କ କାମ ବାକି,

ପୁଅ କାମ ଶେଷ ହୋଇଲା ସେ ଗଲା

କାନ୍ଦୁଛ କ'ଣ ପାଇଁକି ।


ନିରବ ହୋଇଲେ ପରିବାର ଯାକ

ବାକ୍ ସ୍ଫୁରିଲାନି କା'ର,

ଶବ ସତ୍କାରର ହେଲା ଆୟୋଜନ

ଗୁରୁଜୀ ଚଳିଲେ ଘର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational