ସ୍ବାର୍ଥ ନୁହେଁ ସବୁ କିଛି
ସ୍ବାର୍ଥ ନୁହେଁ ସବୁ କିଛି
ଲାଗଇ ଭୟ ଆତଙ୍କ ଦେଖି ସର୍ପ ବିଷଧର
ହିଂସ୍ର ବନ୍ଯ ପ୍ରାଣୀଠାରୁ ରହୁ ବହୁ ଦୂରେ ,
ହାରିଯାଏ ଏ ମଣିଷ ଅହଂକାର ଗର୍ବ ପାଶ
ହୋଇ କ୍ରୋଧ ବଶ ନିଜ ଅନ୍ତରରେ ପାଳେ ।
କାଢିଦିଏ କଷ୍ଟ ହେଲେ ପାଦ କଣ୍ଟା ସଯତ୍ନରେ
ଚାଲୁ ଚାଲୁ ପଥେ କେବେ ତାର ଫୁଟିଗଲେ ,
କଟୁକଥା ବଚନରେ ଆଘାତ ଦେଲେ କା ମନେ
କରେ ନାହିଁ ପଶ୍ଚାତାପ ନିଜେ ହେଲେ ତିଳେ ।
ହୋଇ ଆଗୁ ସାବଧାନ କରଇ ଛତ୍ର ଧାରଣ
ଭିଜିଯିବ ବରଷାରେ କାଳେ ଦେହ ମୁଣ୍ଡ ,
ସହି ବ୍ଯଥା ଦୁଃଖ କଷ୍ଟ ଝରୁଥିଲେ ଆଖି ଲୁହ
ଆହା ବୋଲି ପଦୁଟିଏ କୁହେନି ତା ତୁଣ୍ଡ ।
ମିଳେ କିଛି ଅନୁକମ୍ପା ବନ୍ଯା ବାତ୍ଯା ବିତ୍ପାତରେ
ଘର ବୁଡି ପଚାପାଣି ଆଣ୍ଠୁଏ ହୋଇଲେ ,
ମିଳେନି ହାତକୁ କାମ କିଂକର୍ତ୍ତବ୍ଯ ଏ ସମାଜ
ଯଉବନ ସ୍ବପ୍ନ ସବୁ ପାଣି ଫାଟିଗଲେ ।
ପଚାରେନି ଏହି ପ୍ରଶ୍ନ କିଏ ସେ କାହାକୁ ଏଠି
ପଡେନାହିଁ ପରୀକ୍ଷାରେ ହୁଏ ନାହିଁ ପଢା ,
ଜୀଇବାକୁ ମଣିଷକୁ ସହଜ ସ୍ବଚ୍ଛନ୍ଦ ଭାବେ
ପ୍ରାଣୋଚ୍ଛ୍ବାସ ସ୍ବଚ୍ଛ ଭଲ ହୃଦୟଟେ ଲୋଡା ।