ସ୍ବାଧୀନତା
ସ୍ବାଧୀନତା
କେଉଁଠି ସେ ସ୍ବାଧୀନତା ଅଛି
ଆକର୍ଷଣ ନେଇ
ଜହ୍ନଟି ର ସ୍ବାଧୀନତା ନାହିଁ,
ତାରା ସହ ଆକ୍ରାନ୍ତ ଜହ୍ନ ବି
ଖୋଜେ ଏକୁଟିଆପଣ
ପୂର୍ଣ୍ଣିମାରେ, ତୋଫା ଦିଶିବାରେ ।
ଏପୃଥିବୀରେ ସବୁଜିମାର
ସ୍ବାଧୀନତା
ଛିନ୍ନ ଆଜି କୋଠା ଆଉ
ମୋରମ ରାସ୍ତାରେ ।
ଆକାଶରେ ମେଘର
ସ୍ବାଧୀନତା ବିଜୁଳି,
ତୋଫାନ୍ ଆଉ
ପବନ ହାତରେ ।
କେଉଁ ପାହାଡ ବି କେବେ
ଧସି ପଡିଲାଣି
ସ୍ବାଧୀନତା ପରା ସବୁ
ଛଡେଇ ନେଲାଣି ।
ମାଟି ମା' ପାଟି ଖୋଲେ ନାହିଁ
ସେ ପରାଧୀନ ଆଜି
ଭୂମିକମ୍ପ କମ୍ପନରେ,
ବିଦାରିତ ମାଟି ରେ ତା କୋଠାଘର,
ସବୁ ପାଶ୍ଚାତ୍ୟ ସୁଖ
ସଭ୍ୟତାର ଚାପରେ
ସ୍ବାଧୀନତା ହୋଇଛି ବିଲୀନ।
ମନ ଟା ଉନ୍ମୁକ୍ତ
ଶରୀର ତ ପରାଧୀନ,
ମୁକ୍ତି ଆଉ ସ୍ବାଧୀନତା ପୁଣି କଣ
କିନ୍ତୁ ବେଶ ପୋଷାକରେ,
ଖାଦ୍ୟଲାଳସାରେ
ସ୍ବାଧୀନତା ମିଳେ,
ମନରେ ତ ଅନେକ
ଭାବନା କା
ମନା,
ଈର୍ଷା ଅଶୂୟା ଅହଂକାର,
କେବଳ ସବୁ ମାୟା,
ଆତ୍ମା ହିଁ ସ୍ବାଧୀନ,
ଥରେ ଚାଲିଗଲେ
ଖୋଜେ ଫେରିବାର
ମୁକ୍ତିର ମାର୍ଗ ଚିରନ୍ତନ ।
ନିଜ ଜୀବନର
ଖରାପ ଆଚରଣୁ
ମୁକ୍ତ ହେବା ନିହାତି
ଆବଶ୍ୟକ ନାହିଁକି
ତେବେ ଯାଇ ମଣିଷ
ସ୍ବାଧୀନତା ପାଇ
ଶାନ୍ତି ଲଭିବ ।
ସ୍ବାଧୀନ ଭାରତରେ ବାକ୍
ସ୍ବାଧୀନତା ନାମେ
ଘଟୁଛି ଅଘଟଣ ଅନେକ;
ସଂବାଦ ଦାତାର ବି
ଦରକାର ସ୍ୱାଧୀନତା,
ପ୍ରକାଶ କରିବାକୁ
ନିଛକ ସତକଥା ।
ଆମେ ଚାହୁଁ ସ୍ବାଧୀନତା,
ଲେଖନୀର ସୃଜନୀରେ,
ବାକ୍ୟ ସବୁ ନରହୁ ଅଧୀନେ,
ସବୁକିଛି ପରିଶ୍ରମ ଅଧ୍ୟବସାୟ;
ମିଛ ପ୍ରତିଶୃତି ନିୟମ କାନୁନ
ଆଜି ବି ପରାଧୀନ,
ଆଉ ଅନ୍ୟର ଅଧୀନେ ବନ୍ଧା ।
ତଥାପି ଗର୍ବରେ ଆମେ କହୁ:
ଆମର ଅଛି ସବୁ
କହିବାର ସହିବାର,
ଆମେ ସମ୍ପୂର୍ଣ୍ଣ ସ୍ବାଧୀନ,
ଆମ ସ୍ବାଧୀନତା ସବୁ ଖାଲି
ସ୍ବପ୍ନରେ ସ୍ବପ୍ନରେ ।