STORYMIRROR

rasmi maye pati

Inspirational

4  

rasmi maye pati

Inspirational

ସୌନ୍ଦର୍ଯ୍ୟଟା କେଉଁଠି

ସୌନ୍ଦର୍ଯ୍ୟଟା କେଉଁଠି

1 min
268


କନିଷ୍ଠା କହିଲା ଦିବ୍ୟ ସୁନ୍ଦରୀ ମୁଁ

ମୋ ବିନା ପରା କି ହସ୍ତରେ ଶିରୀ

ଅସୁନ୍ଦରୀ ବୋଲି ନାମ ତୋର କାଣୀ 

 କହେ ଅନାମିକା ତାତ୍ସଲ୍ୟ କରି।।।

ନାଇଛି ମୁଦ୍ରିକା ବକ୍ଷରେ ମୋହର

ଦିବ୍ୟ ଶିରୀଟା ତ ଦାନ ମୋହର

ଶୂନ୍ୟରେ ବଡେଇ କରୁଚୁ ଲୋ କାଣୀ

ଭାଙ୍ଗି ଦେବି ପରା ବହପ ତୋର।।।

ମଧ୍ୟମା କହିଲା ଉଚ୍ଚତମ ମୁହିଁ

ପାପୁଲି ଆକାର ଦାନ ମୋହର

ମୋ ବିନା ବାଙ୍ଗରା ଉପାଧି ପାଆନ୍ତା 

 ମୋ ବକ୍ଷେ ମୁଦ୍ରିକା ତୋ ଠୁ ସୁନ୍ଦର।।।

ସବୁଠାରୁ ପରା ଅଟେ ଶକ୍ତିଶାଳୀ 

କହିଲା ତର୍ଜନୀ ବଡ଼ ଦମ୍ଭରେ

ମୋର ନିର୍ଦ୍ଦେଶରେ ଚାଲୁଛି ସଂସାର

ଶାସନ କ୍ଷମତା ଅଛି ମୋ ଠାରେ।।

କହେ ବୃଦ୍ଧାଙ୍ଗୁଳି ସବୁଠାରୁ ଶକ୍ତ

ଜ୍ଞାନର ଗୁଣର ମୁଁ ଗନ୍ତାଘର

ପରିବାରେ ଯେହ୍ନେ ବୟସ୍କ ବ୍ୟକ୍ତିଟି

 ଉଚ୍ଚ ପ୍ରଶଂସିତ ଜ୍ଞାନରେ ସାର।।।

ନୀରବରେ ସବୁ ଶୁଣି କହେ ହସ୍ତ

 ପାଞ୍ଚଟି ଯୋଦ୍ଧାଙ୍କୁ ଧରିଛି କିଏ

ସ୍ଥିତି ଅସମ୍ଭବ ତୁମ୍ଭ ମାନଙ୍କର

 ଅହଙ୍କାର ଆୟୁ ମାତ୍ର କ୍ଷଣିଏ।।।।

କଥୋପ କଥନେ ପାର୍ଥିବ ତନୁଟି

କ୍ଷୁବ୍ଧ ହୋଇଲା କିଛି କ୍ଷଣ ପାଇଁ

ସବୁ ସମଷ୍ଟିରେ ତନୁରେ ସୌଷ୍ଠବ 

ମିଳିତରେ ଶିରୀ ନିସଙ୍ଗେ କାଇଁ? ।।।

ଟାଙ୍ଗରା ଭୂଇଁ କି ଦିଶେ ଅପରୂପ 

ସବୁଜିମା ଯଦି ନାହିଁ ତା ପାଶେ

ପାହାଡ଼ ଝରଣା ମିଶି ଗଲେ ସିନା

ସ୍ଵର୍ଗ ଠୁ ସୁନ୍ଦର ପ୍ରକୃତି ଦିଶେ।।।

ସବୁ ମିଶି ଯହିଁ ବାଣ୍ଟି ଥାନ୍ତି ଖୁସି

ରଚନ୍ତି ସୌନ୍ଦର୍ଯ୍ୟର ଗନ୍ତାଘର

ଅମୃତ ମୟ ଏ ସୃଷ୍ଟି ଟା ଲାଗିବ

ମର୍ତ୍ତ୍ୟ ହିଁ ଅଟେ ସ୍ଵର୍ଗ ଠୁ ସୁନ୍ଦର



Rate this content
Log in

Similar oriya poem from Inspirational