STORYMIRROR

BHABAGRAHI TRIPATHY

Romance

4  

BHABAGRAHI TRIPATHY

Romance

ସୌନ୍ଦର୍ଯ୍ୟ

ସୌନ୍ଦର୍ଯ୍ୟ

1 min
219


 ସୌନ୍ଦର୍ଯ୍ୟ ପଛରେ ପଡ଼ିଛି ଦୁନିଆଁ

 ଭାବୁ ନାହିଁ  ଭଲ ମନ୍ଦ  

 କେହି ଦେଖୁ ନାହିଁ ଉତ୍ତମ ଗୁଣକୁ 

 ସୌନ୍ଦର୍ଯ୍ୟେ ମହାଆନନ୍ଦ ।


 ଯୁବକ ମନେମନେ ସ୍ଵପ୍ନ ଦେଖୁଛି

 ମିଳନ୍ତା ସୌନ୍ଦର୍ଯ୍ୟଵତୀ

 ଥାଉ ପଛେ ତାର ଅନେକ ପ୍ରେମିକ

 ହୁଅନ୍ତି ମୁଁ ତା'ର ପତି ।


 ସୁନ୍ଦରୀ ଯୁବତୀ ମନେମନେ ଭାବେ

 ମିଳନ୍ତାକି   ରୂପବାନ

 ଲୋଡାନାହିଁ କିଛି ଜୀବନେମୋହର

 ଦେଖିଲେ ପୁରନ୍ତା ମନ ।


 ସୌନ୍ଦର୍ଯ୍ୟ ପଛରେ ଧାଉଁଛି ଦୁନିଆ

 ଦେଖୁନି ସୁନ୍ଦର ମନ

 ଧୋକାଖାଇ ଯେବେ ଗୁମୁରି କାନ୍ଦୁଛି 

 ଦୁଃଖରେ ବିତୁଛି ଦିନ ।


 ଉପରେ ସୁନ୍ଦର ଭିତରେ ଅଙ୍ଗାର

 ମହାକାଳ ଫଳ ରୂପି

 ଏଭଳି ମନୁଷ୍ୟ ଠାରୁ ଦୂରେ ରୁହ

 ଅଟେ ସେହି ବହୁରୂପୀ ।


 ଅସଲ ସୌନ୍ଦର୍ଯ୍ୟ ରୂପରେ ନ ଥାଏ

 ଗୁଣରେ ସୁନ୍ଦର ଯିଏ

 ସ୍ନେହ ମମତାରେ କରେ ସେ ନିଜର

 ଆପଣାର କରେ ସିଏ ।


 ଗୁରୁଜନେ ସଦା  ସମ୍ମାନ ଦିଅଇ

 ଲଘୁଜନେ ସ୍ନେହ ଭାବ

 କ୍ଷୁଧାର୍ତ୍ତ ଜନରେ କୃପା ବହି ହୃଦେ

 ଅନ୍ନ ମୁଠେ ଦେଉଥିବ ।


 କିଏ ସେ ଗଢିଲା ଏ ରୂପସୌନ୍ଦର୍ଯ୍ୟ

 ଗୋରା ଚେହେରାର ରୂପ

 ଧନୀଠୁ ଜ୍ଞାନୀ ଯେ ସଭିଏଁ ବାଇଆ

 ପାଇବାକୁ  ଟିକେ  ସ୍ପର୍ଶ ।


 ବାହ୍ୟ ଚାକଚକ୍ୟ ମୂଲ୍ୟହୀନଅଟେ

 ମନଟି ହେଲେ ସୁନ୍ଦର

 ସମ୍ପର୍କର ମୂଲ୍ୟ ବଢିଯାଏ ତେବେ 

 ଗୁଣଟି ପାଏ ଆଦର ।


 ଏ ଶ୍ରେଷ୍ଠ ମନୁଷ୍ୟ ଚିନ୍ତନର ବେଳ

 ହୋଇ ଅଛି ଉପଗତ

 ମନୁଷ୍ୟକୁ  ଚିହ୍ନ  ମହତ  ଗୁଣରୁ

 କରୁଅଛି  ଅବଗତ ।


Rate this content
Log in

Similar oriya poem from Romance