ସୌନ୍ଦର୍ଯ୍ୟ
ସୌନ୍ଦର୍ଯ୍ୟ
ସୌନ୍ଦର୍ଯ୍ୟ ପଛରେ ପଡ଼ିଛି ଦୁନିଆଁ
ଭାବୁ ନାହିଁ ଭଲ ମନ୍ଦ
କେହି ଦେଖୁ ନାହିଁ ଉତ୍ତମ ଗୁଣକୁ
ସୌନ୍ଦର୍ଯ୍ୟେ ମହାଆନନ୍ଦ ।
ଯୁବକ ମନେମନେ ସ୍ଵପ୍ନ ଦେଖୁଛି
ମିଳନ୍ତା ସୌନ୍ଦର୍ଯ୍ୟଵତୀ
ଥାଉ ପଛେ ତାର ଅନେକ ପ୍ରେମିକ
ହୁଅନ୍ତି ମୁଁ ତା'ର ପତି ।
ସୁନ୍ଦରୀ ଯୁବତୀ ମନେମନେ ଭାବେ
ମିଳନ୍ତାକି ରୂପବାନ
ଲୋଡାନାହିଁ କିଛି ଜୀବନେମୋହର
ଦେଖିଲେ ପୁରନ୍ତା ମନ ।
ସୌନ୍ଦର୍ଯ୍ୟ ପଛରେ ଧାଉଁଛି ଦୁନିଆ
ଦେଖୁନି ସୁନ୍ଦର ମନ
ଧୋକାଖାଇ ଯେବେ ଗୁମୁରି କାନ୍ଦୁଛି
ଦୁଃଖରେ ବିତୁଛି ଦିନ ।
ଉପରେ ସୁନ୍ଦର ଭିତରେ ଅଙ୍ଗାର
ମହାକାଳ ଫଳ ରୂପି
ଏଭଳି ମନୁଷ୍ୟ ଠାରୁ ଦୂରେ ରୁହ
ଅଟେ ସେହି ବହୁରୂପୀ ।
ଅସଲ ସୌନ୍ଦର୍ଯ୍ୟ ରୂପରେ ନ ଥାଏ
ଗୁଣରେ ସୁନ୍ଦର ଯିଏ
ସ୍ନେହ ମମତାରେ କରେ ସେ ନିଜର
ଆପଣାର କରେ ସିଏ ।
ଗୁରୁଜନେ ସଦା ସମ୍ମାନ ଦିଅଇ
ଲଘୁଜନେ ସ୍ନେହ ଭାବ
କ୍ଷୁଧାର୍ତ୍ତ ଜନରେ କୃପା ବହି ହୃଦେ
ଅନ୍ନ ମୁଠେ ଦେଉଥିବ ।
କିଏ ସେ ଗଢିଲା ଏ ରୂପସୌନ୍ଦର୍ଯ୍ୟ
ଗୋରା ଚେହେରାର ରୂପ
ଧନୀଠୁ ଜ୍ଞାନୀ ଯେ ସଭିଏଁ ବାଇଆ
ପାଇବାକୁ ଟିକେ ସ୍ପର୍ଶ ।
ବାହ୍ୟ ଚାକଚକ୍ୟ ମୂଲ୍ୟହୀନଅଟେ
ମନଟି ହେଲେ ସୁନ୍ଦର
ସମ୍ପର୍କର ମୂଲ୍ୟ ବଢିଯାଏ ତେବେ
ଗୁଣଟି ପାଏ ଆଦର ।
ଏ ଶ୍ରେଷ୍ଠ ମନୁଷ୍ୟ ଚିନ୍ତନର ବେଳ
ହୋଇ ଅଛି ଉପଗତ
ମନୁଷ୍ୟକୁ ଚିହ୍ନ ମହତ ଗୁଣରୁ
କରୁଅଛି ଅବଗତ ।

