STORYMIRROR

Asish Behera

Inspirational Others

3  

Asish Behera

Inspirational Others

ସୈନିକର ଶେଷ ଚିଠି

ସୈନିକର ଶେଷ ଚିଠି

1 min
41

     

ଅଭଙ୍ଗା ନିଦରେ  ଯାଉଛି ସୋଇ ମା

   ଖେଳି ମୁଁ ରକ୍ତ ର ହୋଲି

ଯାଉଛି ମା ମୁହିଁ    ତ୍ରିରଙ୍ଗାକୁ ଓଢି

    ଦୁଃଖ ସବୁ ଯିବୁ ଭୁଲି

ଗର୍ବ କରୁଥିବୁ     ବୀର ପୁତ୍ର ପାଇଁ

    ତ୍ରିରଙ୍ଗା ଚାଦର ଦେଖି

ବାଟ ଚାହିଁବୁନି    ଭାତ ରାନ୍ଧିକି ମା

    ମୋ ପାଇଁ ଖାଇବା ରଖି

ତୋ ହାତର ରନ୍ଧା  ଖାଇବାକୁ ଆଉ

   ଆସିବି ନାହିଁ ମୁଁ ଫେରି

ତୋ ପୁଅ ପାଇଁ ମା  ରାନ୍ଧୁଛି ଭାରତ

   ସୁ ସ୍ୱାଦିଷ୍ଟ ଖାଦ୍ୟ କରି

ବାପା ଭାଇ ଆଉ  ଭଉଣୀକୁ ମୋର

   ବୁଝେଇ ଦେବୁ ମା ତୁଇ

ଅଫେରା ରାଇଜେ  ଯାଉଛି ମୁଁଁ ହଜି

   ଶେଷ ଚିଠି ମୋର ଏହି

ମୋଦେହ ପହଞ୍ଚିଗଲେ ମା ତୋପାଖେ

    ଲୁହ ଝରାଇବୁ ନାହିଁ

ଶହୀଦ ବୀରର   ମାଆ ଆଖି ଏହା

   ଟିକେ ହେଲେ ଶୋଭେନାହିଁ

ତୋ ଵୋହୁକୁ ବି   ବୁଝେଇ ଦେବୁ ମା

   ଲୁହ ଝରାଇବ ନାହିଁ

ଶହୀଦ ବୀରର   ଅଟେ ଅର୍ଦ୍ଧାଙ୍ଗିନୀ

   ଭାଙ୍ଗି ସେ ପଡିବ କାହିଁ

   ଭାଙ୍ଗି ସେ ପଡ଼ିବ କାହିଁ ।।

      


Rate this content
Log in

Similar oriya poem from Inspirational