ସାଥିରେ ସାଥିରେ
ସାଥିରେ ସାଥିରେ
ଯେତେ ତୀର୍ଥ ମୁହିଁ କରିଲି ଭ୍ରମଣ
ମନ ହେଲା ନାହିଁ ଖୁସି
ତୁମ ଠାରୁ ଯେବେ ବିଛେଦ ହୋଇଲି
ଲାଗୁ ଥିଲା ଭାରି ଦୋଷୀ ।
କେତେ ସ୍ନେହ ଦେଇ ମନ ରଖୁ ଥିଲ
ମୋତେ ଦେବା ପାଇଁ ସୁଖ
କେବେ ତ କହିନ ଦେଇ ପାରିବିିିନି
ହେଉ ପଛେ ତୋତେ ଦୁଃଖ ।
ରାତି ଉଜାଗର କରି ଯାଅ ପାର
ସାଇତି ପ୍ରେମର ଛବି
ମୁଁ ଥିଲି ତୁମର ସୁନେଲି ସପନ
ତୁମେ ମୋର ଜହ୍ନ ରବି ।
ଦୁର ପାହାଡକୁ ନିିିରେଖି ଦେଖିଲେ
ତା ଠାରୁ ବିଶାଳ ତୁମେ
ଜଳ ପ୍ରପାତକୁ ଚାହିଁ ପାରୁ ନାହିଁ
ଭିଜି ଯାଏ ତୁମ ପ୍ରେମେ ।
ତୁମ ଭସା ମନେ ମୋ ଜୀବନ ଭେଳା
ଅକ୍ଲେଶରେ କରେ ପାରି
ଆଜି କାହିଁ ପାଇଁ କୂଳ ପାଏ ନାହିଁ
ନୟନରୁ ଝରେ ବାରି ।
ଦୂର ଦିଗନ୍ତରେ ଇନ୍ଦ୍ରଧନୁ କୋଳେ
ଏକ ପ୍ରାନ୍ତେ ତୁୁୁମ ଛବି
ବିପରିତ ପକ୍ଷେ ମୋ ତୃଷା ବଢଇ
ସାତ ରଙ୍ଗ ମେଳେ ଭାବି ।