Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Romance

3  

Panchanan Jena

Romance

ଦୁଲୁକି ମାରୁ ଢ଼େଉ

ଦୁଲୁକି ମାରୁ ଢ଼େଉ

1 min
155



ତୁମକୁ ନିତି ଭାବେ 

କାମରେ କାର୍ଯ୍ୟରେ

ଶୟନ ସପନ କିମ୍ଵା ଗୋପନରେ


ତୁମ ସହିତ ନିତି ଗପିବା

ତୁମେ ଏମନ୍ତ କହିଥାନ୍ତ

ତୁମେ ସେମନ୍ତ କହିଥାନ୍ତ

ଗପି ଗପି ଶେଜ ଶୁଙ୍ଘିବା ଏକା ଏକା


ତୁମକୁ ନିତି ମନେ ପକେଇବା

କଳ୍ପନାରେ ଖେଳିବା

ଭାବନାରେ ମିତ ବସିବା

ନିରୋଳା ନିରଵ ନିଃଶବ୍ଦ ବେଳାରେ


ସବୁ ନିତି ଦିନିଆ ହେଲାଣି

ଗତାନୁଗତ ଦେହଶୁଆ ହେଲାଣି

ସୁ- ଅଭ୍ୟାସ ବା କୁ-ଅଭ୍ୟାସ ଜାଣି ପାରୁନି


ତୁମ ସ୍କୃତିର ହିସାବ 

ତୁମ ପ୍ରୀତିର ନିକାସ

ତୁମ ପ୍ରେମର ପାଉଣା

ତୁମ ସ୍ନେହର ମୂର୍ଚ୍ଛନା

ସହି ଦେଉନି କି ରହି ଦେଉନି


ମୁଁ କହୁଥିଲି କି ଗ୍ରୀଷ୍ମ ପ୍ରବାହ ସରୁ

ଜ୍ୟେଷ୍ଠ ଦାରୁଣ ଦୁର୍ବାସା ମରୁ

ଆଷାଢ ଆସୁ ଆସୁ ଜାଣ

ତୁମେ ଆସିବ ରହିଲା ରାଣ


ସାନ ଖୁଡି କହୁଥିଲେ ଶୁଣିବ

ଲାଜ ସରମ ଲାଗୁନି କହିବ


ଗୋଟିଏ ରେ ସରିଲା କି

ଅଧା ଡଜନ ଖଣ୍ଡେ ହେଉ

ଖାଲି ଅଗଣା ଦାଣ୍ଡ ପୋଖରୀ

ଦୁଲୁକି ମାରୁ ଢେଉ ।


Rate this content
Log in

Similar oriya poem from Romance