ସାଥୀ
ସାଥୀ
ମତେ ଆଉ ଉଠାଅନା ଏତେ
ପୃଥିବୀରେ ରହିବାକୁ ଦିଅ
ମୁଁ କେବେ ନୁହେଁ ସରଗ ପରୀଟେ
ମାଟି ପିଣ୍ଡୁଳାରେ ଗଢା ଏକ ଝିଅ |
ମାଟିରୁ ଜନ୍ମିଛି ମାଟିରେ ବଢିଛି
ପୁଣି ମିଶିଯିବି ମାଟିର ଦେହରେ |
ଆଜି ଯା ଚକଚକ ମଖମଲି ଦେହ
ରୂପ ଝିଲିମିଲି କରେ |
ଦିନେ ସବୁ ହଜିଯିବ ହେଇଯିବ ଧୂଳି
ପୁଣି ଜଳି ଯିବ ଗାଁ ମଶାଣୀରେ |
ରଂଗ ରୂପର ମାଧୁରୀ କଥାର ଚାତୁରୀ
ଦୁଇ ଦିନ ପାଇଁ ମୋହିନିଏ ମନ |
ଯଦି କରି ଧର୍ମ ଦାନ ଭୋକିଲାକୁ ଦେଇ ଅନ୍ନ
ତୋଷିଥିବି ଏଇଜୀବନରେ |
ସେଇ ଏକା ମୋର ସାଥୀ
ଯିବା ପାଇଁ ସ୍ବର୍ଗ ପ୍ରାଂଗଣରେ |