STORYMIRROR

Lata Behera

Abstract

4  

Lata Behera

Abstract

ସାଥୀ

ସାଥୀ

1 min
258


ସାଥୀ ବିନା ଏକା ବଞ୍ଚିବାଟା କଷ୍ଟ 

    କେତେ ଅନୁଭବୀ ଜାଣେ

ହେଲେ ସେ କଥା ନା ସାଥୀ ତା' ବୁଝେ

    ଜଳାଏ ସେ ପ୍ରତିକ୍ଷଣେ ।

ତା' ବିନା ଜୀବନ ତ ଅଧୁରା ହୁଏ

ତା' ପଥ ଚାହିଁ କି ରହିଥାଏ ସିଏ

   ହେଲେ ନା ସେ କେବେ ଆସେ ।

ଆଖି ଲୁହେ ଖାଲି ଭାସେ ।


ସିଏ ନାହିଁ ବୋଲି ରୁଷିଛି ଶ୍ରାବଣ 

    ଭିଜେଇ ପାରୁନି ତାକୁ

ରଙ୍ଗର ଅବିର ଫିକା ପଡିଅଛି

    ଭାଙ୍ଗି ପାରୁନି ମାନକୁ ।

ସବୁ ଖୁସି ତା'ର ଯାଇଅଛି ହଜି

ତା' ପ୍ରେମେ ପାଗଳ ହେଇଛି ସେ ଆଜି

  ନା ସାଥୀ ଆସେ ତା' ପାଶେ ।

ଖାଲି ଆଖି ପଲକରେ ଦିଶେ । 


ସଥୀ ବିନା କିଛି ଭଲ ତ ଲାଗେନି

    ଭୁଲିଯାଏ ଭୋକ ଶୋଷ

କେତେବେଳେ ହସେ କେତେବେଳେ କାନ୍ଦେ

   ଛାଡେ ସେ ଦୀର୍ଘ ନିଃଶ୍ବାସ ।

ଭାବନା ରାଇଜେ ବୁଡି ରହେ ସିଏ

କେବେ ପୁଣି ନିଜ ମନକୁ ବୁଝାଏ

     ବସି ସେ ମନ ବିରସେ ।

ଅତୀତ ସ୍ମୃତିଟା ଆସେ ।


ସବୁ ଜୀବନରେ ସାଥୀହରା ଅଛି

     ଯାଏ ଆଗ ପଛ କିଏ

ଜୀବନର ସାଥୀ ସ୍ବାମୀ ସ୍ତ୍ରୀ ହୋଇ 

  ଜଣେ ଜଣକୁ ବି ଛାଡିଯାଏ ।

ଶେଷ ଅବସ୍ଥାରେ ସାଥୀହରା ହୁଏ

ଯନ୍ତ୍ରଣାର ଢେଉ ସୀମା ଟପିଯାଏ

   ଜୀବ ଯାଏ ବି ନିଃସଙ୍ଗେ ।

ଦୁଃଖ ଲେଖେ ତା'ର ଇତିହାସେ ।


ଛାୟା ପରି ସାଥୀ ଏମିତି ଜୀବନେ

    ମିଳିବାଟା କଷ୍ଟ ଥାଏ

ଦେଖିଛକି କେହି କାୟା ଠାରୁ କେବେ

    ଅଲଗା ହୋଇଛି ସିଏ ।

ଏମିତି ସାଥୀଟି ଯା' ଜୀବନେ ଆସେ

ତା' ଜୀବନେ ସୁଖ ଶାନ୍ତି ଯେ ବରଷେ

    ରହେ ସେ ହୃଦୟ ଦେଶେ ।

ତା' ପାଇଁ ସିଏ ହସେ ।

ଯେବେ ଏମିତି ସାଥୀଟି ଆସେ।


Rate this content
Log in

Similar oriya poem from Abstract