Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Action Inspirational Children

3  

Akshayakumar Dash

Action Inspirational Children

ସାଥୀ

ସାଥୀ

1 min
117


ସାଧୁଆ, ରାଧୁଆ -ଦଧିଆ ସାଙ୍ଗ

ଏକକୁ ଆରକ ତିନିଟା ଯାକ ।


ସାଧୁଆ କୁହଇ ବାହାର ଭାଇ

ସାମଲ ବାଡ଼ିର ପିଜୁଳି ପାଇଁ ।


ରାଧୁଅ ଦଧିଆ ନକରି ମନା

ଦଧିଆ ଗଛକୁ ଚଢଇ ଅନା ।


ପାକଳ ପିଜୁଳି ଗଛରୁ ତୋଳି

ଯାଉଥିଲା ଖାଇ ଦାନ୍ତରେ ଖୋଳି ।


ସାଧୁଆ ରାଧୁଆ ବିକଳ ପରି

ଗଛତଳେ ଥାଇ ମାଗନ୍ତି ଡରି ।


ସାମଲ ବାଡି଼କୁ ଆସିଲା ଧାଇଁ

ରାଧୁଆ ସାଧୁଆ ଲୁଚିଲେ ଯାଇଁ ।


ଦଧିଆ କୁ କୁହେ ବାଳୁଙ୍ଗା ତୁହି 

ଗାଲେ କଷିଦେଲା ଚାପୁଡ଼ା ଦୁଇ ।


ଦଧିଆ ସେଇଟି ପଡିଲା ଟଳି

ଘୁରି ଗଲା ମୁଣ୍ଡ ଦେହଟା ଜଳି ।


ସାମଲ ଭୟରେ ଡାକିଲା ବାବୁ 

କିଛି ହେଲେ ଲୋକେ କରିବେ କାବୁ ।


ଉଷୁମ କ୍ଷୀରକୁ ଗିଲାସେ ଆଣି

ପିଇ ଦିଅ ବୋଲି କୁହଇ ଜାଣି ।


ଘରକୁ ପଳାରେ ଏଠାରୁ ଧାଇଁ

ଏପରି ଆଉତୁ କରିବୁ ନାହିଁ ।


ସାମଲ ଆଗରେ ଶପଥ କଲା

ଚୋରୀ କରିବନି ଆଜିଠୁ ଭଲା ।


Rate this content
Log in

Similar oriya poem from Action