ଆମ ସମ୍ବିଧାନ
ଆମ ସମ୍ବିଧାନ


ସାଧାରଣତନ୍ତ୍ର ଏବଂ ସାର୍ବଭୌମତ୍ୱ,
ଦୁଇ ମହାନ୍ ତତ୍ତ୍ୱ
ଦୁଇ ଶବ୍ଦମାତ୍ର ନୁହଁ, ଏହା ତ ଦୁଇ
ଧାରାର ଦିଗନ୍ତ |
ଗଣତନ୍ତ୍ର, ବିଜୟ ସାମ୍ରାଜ୍ୟମୋହ
ଉପରେ ଜନଗଣର
ଏହା ପରା ବିଜୟ ଏକଛତ୍ରବାଦ
ଉପରେ ଜନ ସମୁଦ୍ରର |
ହୃଦୟରୁ ସ୍ୱାଧୀନଚେତା ହେବାର
ଏହା ନୂଆ ଆହ୍ବାନର
ଗଣତନ୍ତ୍ର ବୋଲିବା ଯେବେ ଚେତନା
ରହିବ ଜନଗଣ ମାନଂକର |
ଦେଶ ଉନ୍ନତ, ପ୍ରତି ଜନଗଣର ଆତ୍ମ
ଚେତନା ଏବଂ ସଙ୍କଳ୍ପରେ
ତ୍ରିରଙ୍ଗାର ଅର୍ଥ ପ୍ରତିପାଦନ ହୁଏ
ବିବିଧତାକୁ ଆପଣେଇବାରେ |
ଆମ ସମ୍ବିଧାନ, ଭିନ୍ନ ଉନ୍ନତ ବିକଶିତ
ପରିମାର୍ଜିତ ଚିନ୍ତା ସମୟର
କେବଳ ନିୟମାବଳୀ ନୁହେଁ, ଶକ୍ତ ହୁଏ
ନିଜସ୍ଵ ଆଚାର ବିବେକର |