STORYMIRROR

Dr.Priyadarshee Praharaj

Abstract Tragedy Action

3  

Dr.Priyadarshee Praharaj

Abstract Tragedy Action

କ୍ରାନ୍ତି

କ୍ରାନ୍ତି

1 min
170

ପିତୃପ୍ରଧାନ ଦେଶରେ ଯେବେ ସବୁ ପୂର୍ବରୁ ନିର୍ଦ୍ଧିଷ୍ଟ,

ଭାଗ୍ୟକୁ ଦୋଷ ଦେଈ ସହପ୍ରେରିତ ହୋଇ ଜୀଇଁବା କଷ୍ଟ।


ପ୍ରତିଭା ଥାଇ,ଆଶା ସବୁ ରହି ଯାଏ ଭୁଗର୍ଭସ୍ଥ ହୋଇ,

ପଙ୍ଗୁ ପାଲଟେ ସୁଯୋଗ ବିହୀନ ସମାଜ ଉପରେ ଆଶ୍ରିତ ହୋଇ।


ନାରୀ ଜାତି ପାଇଁ ବିପ୍ଳବ କରନ୍ତି କିଛି ମୁଣ୍ଡ ଓ ଅଣ୍ଟାକୁ କସି

ଅଧା ଭାଙ୍ଗି ପଡନ୍ତି ,ଅଧା ବାଛନ୍ଦ ହୁଅନ୍ତି କ୍ରମେ ଆଗକୁ ବଢନ୍ତି ଆସି ।


ବଦଳିଛି ସମାଜ, ପରିବର୍ତ୍ତନ ହୋଇଛି ଚିନ୍ତାଧାରା

ନାରୀ ସହ ପୁରୁଷର ସମାନତା ଏବେ ବିସ୍ତାରିଚ୍ଛି ଦୁନିଆ ସାରା।


କ୍ରୀଡା,ବିଜ୍ଞାନ,ଉଦ୍ୟୋକ୍ତିକା ବିଭାଗରେ ଏବେ ସବୁଠି ନାରୀ ଆଦର୍ଶକୁ ନମନ

ପ୍ରମାଣ କରି ଦେଶକୁ ଆଗକୁ ବଢ଼ାଉଛି ଏ ନୂଆ କ୍ରାନ୍ତି ପରିପ୍ରେକ୍ଷଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract