STORYMIRROR

Kabiratna Nutan Kumar Behera

Tragedy Action

3  

Kabiratna Nutan Kumar Behera

Tragedy Action

ରେ ଚଗଲା ମଳୟ

ରେ ଚଗଲା ମଳୟ

1 min
184

ରେ ଚଗଲା ମଳୟ

ମୁଁ ଅଛି ନିସ୍ତବ୍ଧତାର ଅନ୍ଧାରରେ

ଅଶାନ୍ତ ଅଛି ମୋ ହୃଦୟ,

କାହିଁକି ଆସି ତୁ

ଦେଇ ମୋତେ ତୋ ପରସ

କରୁଛୁରେ ବିବଶ ହତାଶ

ସତେଜ ହୁଏ ବିଗତ ସ୍ମୃତିସବୁ

ମୁଁ ଯେ ଅସହାୟ ନିରୁପାୟ।

ମନେ ମୋର ଖେଳାଇ ଦେ ନା

ସପନ ରଙ୍ଗର ତରଙ୍ଗ,

ତୁ କି ଜାଣୁନା

ସପନ ଦେଖିବା ମୋ ପାଇଁ ମନା

ମୁଁ ଯେ ଦଗ୍ଧ ଫୁଲବନର 

ଏକ ଆହତ କ୍ଷତାକ୍ତ ପତଙ୍ଗ।

ମୋ ହାତର ମେହେନ୍ଦୀ

ବିବର୍ଣ୍ଣରେ ପଡି଼ଛି ଫିକା,

ପାଦର ଅଳତା ଗାର ନୂପୁର ଶବ୍ଦ

ମୋ ପାଇଁ ଅଭିଶାପ

ମରି ବଞ୍ଚିଛି ଖାଲି ମୁଁ ଏକା ଏକା।

ନାହିଁ ମୋର ଆଶା କି ଭରସା

ଓଠରୁ ଝରେନା ଆଉ ଭାବ ଭାଷା,

ମୋ ଜୀବନେ ଭରିଛି ଯନ୍ତ୍ରଣା

ଭୋଗୁଛି ମୁ ଦୁର୍ଦ୍ଦଶା।

ରେ ଚଗଲା ମଳୟ

ତୁ ମୋ ପାଖକୁ ଆ ନା

ନେଇ ସେ ମାଦକତାର ମହକ

ମୋତେ ସେସବୁ ଲାଗୁନି ଭଲ,

ମୁଁ ଯେ ପତ୍ରଝଡା ଥୁଣ୍ଟାଗଛ

ମୋ ଡାଳେ ପଲ୍ଲବିତ ହୋଇ

ପତ୍ରର ଗହଳେ ଫୁଟିବ ନାହିଁ

ଫଗୁଣର ସେ ପ୍ରୀତିଫୁଲ।

ଆଖିର କଜ୍ଜଳ ମୋର

ଲୁହର ଧାରେ ବହି ଯାଇ

ରୂପକୁ କରିଛି ମଳିନ

ଝରି ଯିବି ମୁଁ ପଡି଼ଛି ମଉଳି,

ତୁ ଯା' ରେ ତୋ ବାଟେ

ମୁଁ ତୁଠ ପଥର ହୋଇ

ପଡିଥିବି ମୋ ଭାଗ୍ୟର ଘାଟେ

ମୋ ଦୁଃଖ ମୋ'ଠାରେ ଥାଉ

ନିଃଶେଷ ହେବା ଯାଏଁ ଜଳୁଥିବି।

ରେ ଚଗଲା ମଳୟ ।


Rate this content
Log in

Similar oriya poem from Tragedy