ଜୀବନ ସାଥି
ଜୀବନ ସାଥି


ଜୀବନ ରାସ୍ତାର ସାଥିଟିଏ ହୋଇ
ଅବାଟ ରୁ ବାଟ ଦିଏ ସେ ଦେଖାଇ
ମନର ମାନିନୀ ଜୀବନର ସାଥି
ଗଢିଥାନ୍ତି ପରା ଈଶ୍ୱର ସେହି ।
ଦୁଃଖ ଦରିଆ କୁ ପାର କରି ସିଏ
ସୁଖ କୁ ବାଣ୍ଟିବା ତ ଥାଏ ଜଣା
ସିଏ ପରା ଅଟେ ଜୀବନର ସାଥି
ମନରେ ନଥାଏ କେବେ ଉଣା।
ମନର ମାନସୀ ରୂପରେ ରୂପସୀ
ବିନ୍ଧାଣି ପରି ସେ ଭଙ୍ଗା ମନ ଯୋଡ଼ି ଦିଏ
ମନ ଭାଙ୍ଗିଗଲେ ବୁଝାଇ ସୁଜାଇ
ହୃଦୟ କୁ ପବିତ୍ର ସେ କରି ଥାଏ।
ସଂସାର ଯାତନା ଲୁହ ଭରା ଆଖି
ସବୁକୁ ଆଦରି ଚାଲୁଥାଏ ମୋର ପଥେ
ସନ୍ତାନଙ୍କ କଷ୍ଟ ହୃଦୟେ ଧରି ସେ
ଆପସୋ ସମାଧାନ କରଇ ସାଥେ।
ମୋ ସୁଖ ଦୁଃଖ ହସ କାନ୍ଦରେ
ସଦାସର୍ବଦା ସେ ରହେ ସହଭାଗୀ
ମୋ ସବୁ କାର୍ଯ୍ୟରେ ପ୍ରତି ମୂହୁର୍ତ୍ତେ
ସଦାସର୍ବଦା ରହିଥାଏ ଅନୁରାଗୀ।
ସୁଖ ଦୁଃଖ ମୋର ଭାଗବାଣ୍ଟ କରି
ନେଇଥାଏ ସଦା ମୋ ପ୍ରିୟତମା
>
ବିପଦେ ଆପଦେ ବନ୍ଧୁ ପରି ସତେ
କରିଥାଏ କେତେ ମହତ ଚିନ୍ତା।
ବିପଦେ ଆପଦେ ହାତ ଧରି ସାଥେ
ସର୍ବଦା ଢାଳଇ ସ୍ନେହର ପ୍ରୀତି
ସୟନେ ସ୍ଵପନେ ଅବା ଜାଗରଣେ
ଗଢେ ଆଶା ଭରସାର ଭିତ୍ତି ସ୍ଥିତି।
ସତ୍ଯ ସୁନ୍ଦର ଅଭେଦ୍ୟ ନଗର
ତୁମେ ତ ମୋ ମାନସରାଣୀ
ପ୍ରୀତି ପାର୍ବଣର ସାହାନାଇ ସତେ
ତୁମେ ତ କୁହୁକର ଭାବରାଣୀ।
ବନ୍ଧୁ ପରିଜନ ରଖିଥାଅ ବାନ୍ଧି
ଲମ୍ବାଇ ନିଜର ପଣତକାନୀ
ଚିନ୍ତା ଦୁଃଶ୍ଚିନ୍ତାକୁ ଭୃକ୍ଷେପ ନକରି
ଆଙ୍କିଥାଏ କେତେ ମନ କାହାଣୀ।
ମାନ ଅଭିମାନ ରାଗରୁଷା କଲେ
ବୁଝାଇ ସୁଝାଇ କରେ ନିଜର
ଆତ୍ମା ତୁମେ ମୋର ମୁଁ ତମ ମନ୍ଦିର
ସର୍ବଦା ଅଟେ ସେ ମୋ ମନ ଆଧାର।
ହୋଇପାରେ ମୁହିଁ ଧନରେ ଗରୀବ
ମନରେ ଅଟେ ସେ ମହା ଧନୀ
ପରିସ୍ଥିତି ଦେଖି ଚାଲେ ମୋର ସାଥେ
ସିଏ ତ ମୋର ଜୀବନ ସାଥି ।