ମାଆ ତାରିଣୀ
ମାଆ ତାରିଣୀ


ମାଆ ତାରିଣୀ ଦୁଃଖ ହାରିଣୀ
ଭକତି ମୋର ନେଏ,
ସୁଦୟା ବହି ଅନ୍ତରେ ଥାଇ
ସlହସ ଦେଇ ଦେଏ l
କେତେ ଦୁଃଖରେ ଭକତ ଝୁରେ
ଆଡ଼ ଆଖିରେ ଚାହାଁ
ତୋବିନା ନାହିଁ ଜଣେଲୋ କେହି
କହିବୁ ଦୁଃଖ ଯାହା l
ଦିନକୁ ଦିନ ଘୋର ଦୂଷଣ
ସଂସାରେ ହୁଏ ଉଭା,
କହଲୋ ମାଆ ତତେକି ଏହା
ସତେ ପାଉଛି ଶୋଭା l
ଦେବି ମନ୍ଦାର ନଡ଼ିଆ କ୍ଷୀର
ସୁଦୟା ବହି ଥାଆ
ଜଗତ ଜନେ ସୁଖରେ ମନେ
ହୁଅନ୍ତୁ ଦାଣ୍ଡେ ଠିଆ l
ଏହି କରୁଣା ନକର ଊଣା
ମାଗୁଣି ଶୁଣ ବାରେ,
ବାରୁଦ ଭୟ କରତୁ ଥୟ
ଶାନ୍ତି ଫେରୁ ବିଶ୍ୱରେ l