ସାଥୀ ତୁମେ ଛାଇ ପରି
ସାଥୀ ତୁମେ ଛାଇ ପରି
ଜୀବନ ବାସନ୍ତୀ ଋତୁ ମଧୁମତୀ
ସାଥୀ ତୁମେ ଛାଇ ପରି
ସ୍ମୃତିରେ ସପନେ ଅବା ଜାଗରଣେ
ପାରୁନି ତୁମକୁ ଭୁଲି ।
ଜଡ ପ୍ରାଣହୀନ ଲାଗଇ ଜୀବନ
ଏକୁଟିଆ ପ୍ରବାସରେ
ପକ୍ଷବାନ ମନ ଉଡିବୁଲେ ଶୂନ୍ଯେ
ଅବିଶ୍ରାନ୍ତ ଝୁରି ମରେ ।
ଭାବି ଅନୁଭବି ମନକୁ ପଚାରି
ସାଉଁଟି ଯତନେ ଶବ୍ଦ
ଲେଖୁଛି ଯାହା ମୁଁ କଥା କବିତାରେ
କରିବ ଗ୍ରାହ୍ଯ ସହୃଦ ।
ଯେତେଦିନ ଯାଏ ରହିଥିବ ପ୍ରାଣ
ହେଉଥିବ ରାତିଦିନ
ପ୍ରିୟା ତୁମ ନାମ ହୃଦୟ ସ୍ପନ୍ଦନେ
ହେଉଥିବ ଗୁଞ୍ଜରଣ ।
ଯାଉ ଉଡି ଉଡି ମନପକ୍ଷୀ ମୋର
ଫୁଟୁ ଶବ୍ଦ ହୋଇ ଫୁଲ
ଓଠେ ମଧୁହାସ୍ଯ ଖେଳିଲେ ତୁମର
ତୃପ୍ତ ହେବ ଆତ୍ମା ମୋର ।