STORYMIRROR

Anam Charan Sahoo

Tragedy

4  

Anam Charan Sahoo

Tragedy

ସାଥି ଏକା

ସାଥି ଏକା

1 min
92

ଜୀବନରେ ସାଥି ଏକା

              ଆଖିର ଦି ଟୋପା ଲୁହ

କହେ ନାହିଁ ମିଛ ସିଏ

              ଶୁଣିଛି ମୋ ଛାତି କୋହ।


ଯାହାକୁ କଲି ନିଜର

             ଭାବି ଅତି ଆପଣାର

ଦୁଃଖ ଦେଇ ଗଲା ସିଏ

             କରି ଦେଇ ସାତପର

ନୟନେ ଭରିଲା ମୋର

           କେତେ ଯେ ଅସରା ଲୁହ।


ସିନ୍ଥିରେ ସିନ୍ଦୂର ଦେଇ

             କରିଥାନ୍ତି ସାଥୀ ମୋର

ନୀଳ ଉର୍ମି ପରି ଭାଙ୍ଗି

             ଦେଲା, ସେ ସପନ ଘର

ସ୍ମୃତି ଆଜି ଜାଳି ଦିଏ

              ଜଳିଯାଏ ମନ ଦେହ।  


ହୃଦୟକୁ କରି ଖାଲି

            ଚାଲିଗଲା କେଉଁ ଦେଶେ

ଅମାବାସ୍ୟା କରି ଏଠି

             ଉଇଁଲା କାହା ଆକାଶେ

ନ ଗ୍ରାସୁ କଳଙ୍କ ତାକୁ

              ନକରୁ କେହି ସନ୍ଦେହ।



Rate this content
Log in

Similar oriya poem from Tragedy