STORYMIRROR

Kishore Nayak

Classics

3  

Kishore Nayak

Classics

ସାତ ରଙ୍ଗ ସାତ ସୁରେ ବନ୍ଧା ଏ ଜୀବନ

ସାତ ରଙ୍ଗ ସାତ ସୁରେ ବନ୍ଧା ଏ ଜୀବନ

1 min
205


ସାତ ରଙ୍ଗ ସାତ ସୁରେ 

ବନ୍ଧା ଏ ଜୀବନ 

କେବେତ ବେରଙ୍ଗ ପୁଣି 

କେବେ ଛନ୍ଦ ହୀନ ll

କେବେ ପୁଣି ମିଳିଯାଏ 

ଖୁସିର ଫରୁଆ 

ଅତୀତ ବି ବେଳେ ବେଳେ 

ଲାଗେ ନୂଆ ନୂଆ ll

ସ୍ମୃତି କେବେ ସ୍ମିତହାସ୍ୟେ 

ବଖାଣେ ଅତୀତ 

ଦୃଶ୍ୟ ହୀନ ପ୍ରଶ୍ନବାଚୀ ଏ

ଭୂତ ଭବିଷ୍ୟତ ll

ସପ୍ତ ରଙ୍ଗ ବର୍ଣ୍ଣାଳିରେ 

ଇନ୍ଦ୍ରଧନୁ ସମ 

ଏ ଜୀବନ କେବେ କେବେ 

ସୃଷ୍ଟି କରେ ଭ୍ରମ ll

କେବେ ପୁଣି ଗଢି ତୋଳେ 

ସ୍ବପ୍ନର ମହଲ 

ଭାବନାର ଇଲାକାରେ 

କରେ ଝଲମଲ ll

ଜୀବନ ସଙ୍ଗୀତ କେବେ 

ପାଲଟେ ବେସୁରା 

ବାଟ ଭୁଲିଯାଏ ପୁଣି 

ଜୀବନର ଧାରା ll

କେବେତ ସରଳ ପୁଣି 

କେବେତ ଜଟିଳ 

ସମୟର ନିର୍ଦ୍ଦେଶରେ 

ରତ ହୁଏ ବେଳ ll

ତଥାପି ଜୀବନ ଏଠି 

ଧାଉଁଥାଏ ନିତି 

ଆସ୍ଥା ଆଉ ବିଶ୍ୱାସରେ 

ଦୃଢ କରି ମତି ll



Rate this content
Log in

Similar oriya poem from Classics