STORYMIRROR

Kalandi pal

Abstract

4  

Kalandi pal

Abstract

ସ୍ଵାର୍ଥର ମୂଳେ ଧନ

ସ୍ଵାର୍ଥର ମୂଳେ ଧନ

1 min
347


ପାଶେ ଥିଲେ ଧନ ସ୍ତ୍ରୀରି ଗାଏ ଗୁଣ

     ଟେକନ୍ତି ସାହି ପଡିଶା

ବନ୍ଧୁ ଓ ବାନ୍ଧବ    ହୁଏନି ଅଭାବ

     ଧନରେ ସଭିଙ୍କ ଆଶା ।।


ଧନ ଥିଲେ ପାଶେ ସଭା ମୁଖ୍ୟେ ବସେ

     ଗାଆଁର ମାମଲତକାର

ଜନତାଙ୍କ ନେତା   ସମାଜର ନେତା

     ବନ୍ଧୁ ହେବ ଗରିବର ।।


ବାପା କହୁଥିବେ    ଗୁଣ ଗାଉଥିବେ

     ଶ୍ଵଶୁର ଘରେ ଆଦର

ଶଳାର ଶାଳିର   ପ୍ରିୟ ଭିଣୋଇ ସେ

      ପ୍ରିୟ ହୁଏ ସ୍ଵଜନର ।।


ପୁଅ କହୁଥିବ    ବାପା ମୋର ଭଲ

      ଝିଅ କହୁଥିବ ଭଲ

ଦୂର ସମ୍ପର୍କୀୟ   ଟେକା ଟେକି କରି

   ଗାଲେ ଦେଉଥିବେ ଗେଲ ।।


ସରିଗଲେ ଟଙ୍କା   ମୁହଁ କରି ବଙ୍କା

     ସଭିଏଁ ଯାନ୍ତି ଦୂରେଇ          

ଅଲୋଡା ଆଦେଖା ମଣିଷରେ ଏକା

    ଗଣା ହେଉଥାଏ ସେହି ।।



Rate this content
Log in

Similar oriya poem from Abstract