STORYMIRROR

Panchanan Jena

Fantasy

4  

Panchanan Jena

Fantasy

ସାର୍ଥକ ସମ୍ମୋହନ

ସାର୍ଥକ ସମ୍ମୋହନ

1 min
0

କବିତା - ସାର୍ଥକ ସମ୍ମୋହନ
ରଚନା - ପଞ୍ଚାନନ ଜେନା
ତାରିଖ -୧୭-୧୦-୨୦୨୫
+++++++++++++++++
 ଆଶ୍ୱିନ ମାସର ଗୋଟେ ଅଛି ରଙ୍ଗରସ
 ଅଛି ଅପୂର୍ବ ରୂପ ଲାବଣ୍ୟ ଭରା ଅଙ୍ଗବାସ
ଅଛି ଅତୁଳନୀୟ ପସରା ଘେରା ମଳୟ ସୁବାସ

 ଚର୍ମଚକ୍ଷୁରେ ଦେଖିପାର ଫେଡି ବେନି ନୟନ
 ତୃତୀୟ ନେତ୍ରରେ ପରଖି ପାର ମନ ବାତାୟନ

 ରୂପସୀ କାଶତଣ୍ଡୀର ଧଳା ଧଳା ହସ
 ଲାଜେଇ ଜହ୍ନୀଫୁଲର ହଳଦିଆ ଠୁ ଠା ଅଳସ
 କୁଆଁରୀ ଧାନକ୍ଷେତର ସବୁଜ ମାୟା ପଣତର ବାସ
 ଅତି ଆପଣାର ଲାଗୁଥିବା ରାତ ଗଣତିରେ କିଛି ମାସ

 ଆଶ୍ୱିନ ମାସର ଗୋଟେ ଅଛି ପରିଚିତ ବାସ୍ନା
 ଅଛି ସସ୍ମୋହନୀ ଈଶ୍ଵରୀ ଶକ୍ତି ପ୍ରପନ୍ନା ସୁଲଗ୍ନା
 ନଈକୂଳିଆ ଗାଁ ଦାଣ୍ଡ ଆସୁଥିବ ଶୁଖି
 ଗତ ରାତିର ପାଲଟା ଶାଢିଟା ପରଖି
 ବିନ୍ଦୁ ବିନ୍ଦୁ କାକର ଟୋପା ଘାସ ଟୋପିରେ ଚମକେ ସରଖି
 ଆଗନ୍ତୁକ ପରିବ୍ରାଜକ ପକ୍ଷୀମାନଙ୍କର କିଚିରି ମିଚିରି ସ୍ଵର ସଳଖି
କୁହୁଡି ଚାଦର ଘୋଡି ଅଜଣା ପୁଲକେ ମୋଡି ଖାଉଥିବ ଖୁସି ମୁଡୁକି

 ଆଶ୍ୱିନ ମାସର ଗୋଟେ ଅଛି ମହକ ଚମକ
 ଅଛି ଅଫୁରନ୍ତ ପୁଲକ ପ୍ରବଣ ସମର୍ପଣ ଛଟକ
ଲମ୍ବା ଦୁର୍ଗାପୂଜାର ଛୁଟି ଅବସର
ପାର୍ବଣ ମେଳା ରାବଣ ପୋଡିର ଆସର
 ଲକ୍ଷ୍ମୀପୂଜାର ବହୁ ଆଡମ୍ବର ଉତ୍ସବ ମୁଖର
 ସୁଦଶା ବ୍ରତ ପାଳନେ ପୁରନାରୀ ଖୁବ୍ ସୁନ୍ଦର
 ପୂଜାପାଠ ମେଢ଼ ଦର୍ଶନ ମେଳା ଘୁର୍ଣ୍ଣିନ ସାର
ଅଛି ଅନୁମେୟ ଅପାର ଆନନ୍ଦ ଉତ୍ସବମୁଖର

 ଆଶ୍ଵିନ ମାସର ଗୋଟେ ଅଛି ଇଚ୍ଛା ଅଭିପ୍ସା
 ଅଛି ନିର୍ମଳ ଆକାଶ କୋଳେ ତାରାଢ଼ଙ୍କା ସଦିଚ୍ଛା
 କୁଆଁର ପୁନେଇଁ ଜହ୍ନ ରାତିରେ ଜୋତ୍ସ୍ନା ବିହାର ଉନ୍ମେଷା
 ନଳବଣରେ ପକ୍ଷୀ ଦଳଦଳ
ଶିକାରୀ ବି ତହୁଁ ସଜବାଜ କୌତୁହଳ
ଲମ୍ବା ଅବକାଶ ମାମୁଁ ମାଉସୀ ଘରେ ବୁଲାବୁଲି ଆଢୁଆଳ
 ରାତ୍ରି ଉଜାଗର ରଙ୍ଗମହଲ ଅପେରା ଦର୍ଶନ ଟେଣ୍ଟତଳ

 ଆଶ୍ଵିନ ମାସର ଗୋଟେ ଅଛି ଅତୀତ ଆଶ୍ଳେଷ ଅବଶୋଷ
 ଅଛି କାରୁଣ୍ୟଭରା ଲୋମଟାଙ୍କୁରା ଅବଶେଷ
 ଶେଷ ଶ୍ରାବଣର ବାଦଲ ଫଟା ରଣ ହୁଙ୍କାର
 ଧୋଇନିଏ ପର୍ବ ପର୍ବାଣୀର ଅନ୍ତଃସ୍ଵର
ବନ୍ୟା ବିତ୍ପାତରେ ସବୁଜ କ୍ଷେତସବୁ ଛାରଖାର
ସାରିଦିଏ କୃଷକ ବାପୁଡ଼ାର ଜିଇଁବାର ଆକାଂକ୍ଷାଦ୍ଵାର

 ଋତୁଚକ୍ରରେ ଘଟୁ ପରିବର୍ତ୍ତନ
 ମାସ ଆବର୍ତ୍ତରେ ଆସୁ ସରଣୀ ସଂଶୋଧନ
ଆଶ୍ଵିନ ମାସର ନାମକରଣ ହେଉ ସାର୍ଥକ ସସ୍ମୋହନ


Rate this content
Log in

Similar oriya poem from Fantasy