STORYMIRROR

subrat kumar jena

Abstract

3  

subrat kumar jena

Abstract

ସାଇତି ରଖିଛି ଆଞ୍ଜୁଳାଏ ଆଲୋକ

ସାଇତି ରଖିଛି ଆଞ୍ଜୁଳାଏ ଆଲୋକ

1 min
281

ବିଞ୍ଚିଦେବି ଦିନେ ନିକାଂଚନ ପଥେ ଯାଇ,

ସେଇ ଅନ୍ଧାରି ଦୁନିଆରେ କାହାରି ଖୁସି ଟିକେ ପାଇଁ।

ଭଗବାନ କଣ ଚାହାନ୍ତି ଜଣକୁ ଖୁସି ଦେଇ ,ଅନ୍ୟକୁ ଦୁଃଖ ଦେବାକୁ।

ନାଁ ମୋ ମତରେ ନାଁ, ଯଦି ହଁ ତେବେ ଏହା ତାଙ୍କର କୁକର୍ମର ଫଳ,

ମୁଁଯେ ଅତି ଖୁଦ୍ର ତଥାପି ପ୍ରସ୍ତୁତ ନୁହେଁ ସହଜେ ପଛକୁ ଘୁଞ୍ଚିବାକୁ।

ହୁଏତ ମୋ ଦ୍ୱାରା କିଛି କାର୍ଯ୍ୟ ହୋଇପାରେ ସମ୍ଭବ,

ମୁଁ ..ମୁଁ ତ କିଛି ନୁହେଁ ,ଏଭଳି ମହତ କାର୍ଯ୍ୟ ଲାଗି,

ଧନ୍ୟଭାବିବି ନିଜକୁ ସାମିଲ କରିପାରିଲେ କିଛି ଦୁଖୀ ରଙ୍କିଙ୍କ ଲାଗି।

ସତେ ଭାବିଲ ଦେଖି !ସବୁ ଫୁଲ କଣ ଭାଗ୍ୟବାନ!

ଫୁଲଙ୍କର ,କାହାର ବାସ ଅଛି ତ କାହାର ଗନ୍ଧ ବି ଅଛି.

ହେଲେ ସବୁ ଫୁଲ କଣ ଲାଗିପାରନ୍ତି ଦେବଙ୍କ ପୂଜାରେ.

ମାତ୍ର ମୁଁ କାହିଁକି ବେକାର କରିବି ଏ ଶ୍ରେଷ୍ଠ ଜନମକୁ,

ଅତି ଗୋପନରେ ସାଇତିଛି ଆଞ୍ଜୁଳାଏ ଆଲୋକ,

ଦିନେ ନିଶ୍ଚୟ ବିଞ୍ଚି ପ୍ରତିଫଳନ କରିବି ସଭିଙ୍କର ଖୁସିକୁ ମୋ ମାଧ୍ୟମରେ.

ଗୋଟେ ଛୋଟ ପ୍ରୟାସ ଖୁସିର ଅନୁ ସନ୍ଧାନରେ,

କେବେ ଜରାଶ୍ରମରେ କେବେ ଅନାଥଶ୍ରମ ରେ କେବେ ପୁଣି

ଦୁନିଆର ଅନ୍ଧାରି ଗଳିରେ ,

ଯେଉଁଠିକି ଭଦ୍ର ଲୋକର ପାଦ ସହଜେ ପଡେନି,

ଯଦିବା ପଡେ ସ୍ପଷ୍ଠ ଦିବାଲୋକରେ ନୁହେଁ ବରଂ ରାତିର କାଳୀମାର ସାହାଯ୍ୟରେ।

ସେକି ଜନ୍ମ ଖାଲି ଯାହା ନିଜର ଖୁସି ଲାଗି ଅତିବାହିତ ହୋଇ ଯାଏ,

ନହେଲେ କବି ଫୁଲର ମନ ନେଇ କଣ କହିଥାନ୍ତେ,

"ଇଛା ନାହିଁ ମୋର କେଉଁ ଦିଅଁର ଗଳାର ମାଳ ହେବାକୁ,

ହେ ପ୍ରଭୁ ମୋତେ ନେଇ ଫିଙ୍ଗି ଦିଅ ସେଇ ରାସ୍ତାରେ,

ଯେଉଁ ରାସ୍ତାରେ ଯାଆନ୍ତି ବୀର ସିପାହୀ ନିତି" ।।

ମୁଁ ଖୁଦ୍ର ହୋଇ ଅନୁସୋଚନା କରିବି କଣ ଲାଗି,

ଜୀବନକୁ ଠିକ ରେ ବୁଝିବା ଆଗରୁ କାହିଁକି ହାରିଯିବି ନିଜଠାରୁ,

ହୋଇଯାଏ ପଛେ ମୁଁ ହଜାର ବଦନାମ ଏ ବଦନାମ ଗଳିରେ,

ହେଲେ ଜଣେ ଯଦି ମୋ ଲାଗି ମୁକ୍ତି ପାଏ ଏ ନର୍କରୁ,

ସେ ହେବ ମୋ ଜୀବନର ଶ୍ରେଷ୍ଠତ୍ୱ ଭଗବାନଙ୍କ ଚରଣ ତଳେ,

ସେ ଆଞ୍ଜୁଳାଏ ଆଲୋକ ହେବ ଶ୍ରେଷ୍ଠ ଅର୍ଘ୍ୟ ମୋ ଲାଗି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract