Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Sahadev Behera

Romance

3  

Sahadev Behera

Romance

ସାଇତା

ସାଇତା

1 min
17



ତମ ସାଥେ ଥରେ କଥା ହେବା ପାଇଁ

     ମିଳେନି ସମୟ ମୋତେ

ତଥାପି କାହିଁକି ପଚାରି ବୁଝୁଛ

    କେମିତି ଅଛି ମୁଁ ସତେ ll1


ତମ ସେ ମଧୁର କେଇପଦ କଥା

    ମନେ ମୋର ରହିଯାଏ 

ଚାହଁ ବା ନ ଚାହଁ ଦିଅ ବା ନ ଦିଅ 

     ଉତ୍ତରକୁ ଚାହିଁଥାଏ ll2


ଆଜିକାଲି ଏହି ସଂସାର ଭିତରେ

    ଦହଗଞ୍ଜ ଦେହ ପ୍ରାଣ

ନିଶ୍ବାସ ଫେରାଇ ପ୍ରଶ୍ବାସ ନେବାକୁ

     ହୋଇଯାଏ ହଇରାଣ ll3


ଥିଲ ଯେବେ ଏକା ମିଳିଗଲା ସଖା

     ବଦଳିଲା ପରିଚୟ

ଜୀବନ ସହଜ ନୁହଇ ମରତେ

      ବଞ୍ଚିବା ହୁଏ ଅଥୟ ll4


ତମ ପରିଚୟ ପାଇଗଲ ତମେ

      ଆଉ କି ପଚାର ମୋତେ

ଯେତେ ଦିନ ଥିବ ସୂରୁଯ ଆକାଶେ

     ସାଇତି ରଖିବି ସତେ ll5


Rate this content
Log in

Similar oriya poem from Romance