STORYMIRROR

Pranati Mahapatra

Tragedy Others

3  

Pranati Mahapatra

Tragedy Others

ସାହା ହୁଅ ବିଶ୍ଵବନ୍ଧୁ

ସାହା ହୁଅ ବିଶ୍ଵବନ୍ଧୁ

1 min
686


କୋଟି ଓଡ଼ିଆର ମଉଡ଼ମଣି ପ୍ରଭୁ ନୀଳାଦ୍ରି ବିହାରୀ,

ନୀଳାଚଳ ବାସୀ ରହନ୍ତି ଆଶ୍ଵସ୍ତେ ତାକୁ ଆପଣାର କରି।


ଦୀନଜନ ବନ୍ଧୁ ପ୍ରଭୁ କୃପାସିନ୍ଧୁ ଦୁଃଖିର ଦୁଃଖ ହରନ୍ତି,

ତାଙ୍କ ଦରବାରେ ବିଚାର କରି ସେ ପାପୀଜନେ ଦଣ୍ଡ ଦିଅନ୍ତି।


ଦେଖ ପ୍ରଭୁ ଆଜି ଅଜଣା ଆତଙ୍କେ ଲୋକେ କି ବିକଳ ହୁଅନ୍ତି,

ଏ ମହା ଶଙ୍କଟୁ ଉଦ୍ଧାର କର ଦୁଇବାହୁ ଟେକି ଡାକନ୍ତି।


ଦୁଃଖି ଦୁଃଖ ଫେଡ଼ ଆହେ ନାରାୟଣ ହୁଅ ନାହିଁ ତ ନିର୍ଦ୍ଦୟ

ସାହା ନ ହୋଇଲେ କିଏ ଆଉ ଆମ ପାଖେ ଠିଆ ହେବ କୁହ।


ପାପୀ,ରାକ୍ଷସ ଯେ ଦଗ୍ଧ କରି ପଶୁ ପକ୍ଷୀ ମାରି କଞ୍ଚା ଖାଆନ୍ତି

ଦୟା ଧର୍ମ କ୍ଷମା ନ୍ୟାୟ ସୁଗୁଣକୁ ଜନ୍ମରୁ ଯେ ପାଶୋରନ୍ତି।


ମଣିଷ ଜୀବନ ଧିକ ଧିକ ତାଙ୍କ ନର୍କରେ କୀଟ ଯେ କର

ମଣିଷ ପରିକା ଦୁର୍ଲଭ ଜନମ ମର୍ତ୍ତ୍ୟେ ଯେ ତାଙ୍କୁ ନ କର।


ଦୁଷ୍ଟ ବିନାଶିଣ ସୁଖେ ପ୍ରଜା ପାଳ ଆହେ ସୃଷ୍ଟି କର୍ତ୍ତା ତୁମେ,

ତୁମ ଶଙ୍ଖକ୍ଷେତ୍ର ଆମ ଗୌରବ ଓଡ଼ିଶାର ଓଡ଼ିଆ ଯେ ଆମେ।


ହରେକୃଷ୍ଣ ହରେରାମ ମହାମନ୍ତ୍ର ନିତି ଜପୁଛୁ ତୁଣ୍ଡରେ

ରକ୍ଷାକର ରକ୍ଷାକର୍ତ୍ତା ବିଶ୍ଵପତି ନାହିଁ କେ ଆମ ସାହା ରେ।


Rate this content
Log in

Similar oriya poem from Tragedy