STORYMIRROR

Sushree sangita Swain

Fantasy

2  

Sushree sangita Swain

Fantasy

ସାଗର ର ଶୋଷ

ସାଗର ର ଶୋଷ

1 min
2.6K

ତୁମକୁ ଦେଖିବା ପରେ ହେ ଆକାଶ, 

ହଜିଗଲି ତୁମ ନୀଳିମା ମାୟାରେ 

ଆଶ୍ଚର୍ଯ୍ୟ ହେଲି ଅଜସ୍ର ତାରକା ପୁଞ୍ଜ, 

କିପରି ସାଉଁଟି ଅଛ ବୁକୁରେ ତୁମର !

ହେ ସୂର୍ଯ୍ୟ ! ମୁଗ୍ଧ ହେଲି ତୁମ ତେଜ ରେ 

ସୁନେଲି କିରଣ କରି ବିଛୁରିତ 

ଏଇ ମାଟିରୁ ଜୀବନୀ ଶକ୍ତି ନିଅ  ଶୋଷି 

ତୁମରି ତାତିରେ 

ତୁମକୁ ଦେଖିବା ପରେ ହେ ସାଗର 

ଜାଣିନଥିଲି ତୁମ ଭିତରେ ପୁଣି ଏତେ ଶୋଷ

ଉଦାର ମନରେ ତୁମ ହଳାହଳ ବିଷ 

ବିଶ୍ୱାସ ପାରୁନି କରି ତୁମେ 

ସୁନାମି ରୂପରେ କରିପାର 

ମାନବ ର ଏତେ ସର୍ବନାଶ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy