STORYMIRROR

Bidyadhar Mantry

Abstract Classics Inspirational

3  

Bidyadhar Mantry

Abstract Classics Inspirational

ସାଧନାରେ କାମନା ବିନାଶ

ସାଧନାରେ କାମନା ବିନାଶ

2 mins
16


ଜୀବନରେ କାମନାର ବିନାଶରେ 

ଦୁଃଖର ଘଟେ ବିନାଶ

କ୍ରମେ ସାଂସାରିକ ମୋହ ହୋଇ ଦୂର

ଜ୍ଞାନର ପରିପ୍ରକାଶ

କାମନାର ବିନାଶ ନୁହେଁ ସହଜ

ସାଧନା ମାତ୍ର ଉପାୟ

ଇନ୍ଦ୍ରିୟ ଲାଳସା ଦମନ ବଳରେ

ସମ୍ଭବ ହେବ ନିଶ୍ଚୟ

ମଣିଷ ଜୀବନ ସହିତ କାମନା

ପ୍ରତି ମୁହୁର୍ତ୍ତେ ଜଡ଼ିତ

କାମନା ଆପେ ସ୍ଵୟଂ ହୁଏ ବିନାଶ

ଶରୀର ହୋଇଲେ ମୃତ

କାମନା ରହିତ ଜୀବନ ସମ୍ଭବ

ଯୋଗ ସାଧନ ବଳରେ

ସାଂସାରିକ ମୋହ ମାୟା କବଳରୁ

ମୁକ୍ତ ହୋଇଲେ ମନରେ

ମଣିଷର ଯେତେ ଅଧିକ କାମନା

ଦୁଃଖ ବି ସେହି ମାତ୍ରାରେ

ମୁଦ୍ରାର ଦୁଇ ପାର୍ଶ୍ଵ ସମ ସର୍ବଦା

ଜୀବନ ଯାତ୍ରା ପଥରେ

କ୍ରମେ ସଂସାର କୁ ଅନୁଭବ ପରେ 

ଜ୍ଞାନ ହୋଇଲା ଉଦ୍ରେକ

ରାଜକୀୟ ସୁଖ କରି ପରିହାର 

ଗୌତମ ବୁଦ୍ଧ ସାର୍ଥକ ।


ଜୀଇଁବା ର ଇଚ୍ଛା ଅଟଇ କାମନା

କାମନା ସହିତ ଜୀବ 

କାମନା ରହିତ ଜୀବନ ପ୍ରାୟତଃ

ସତେ ଅବା ଏକ ଶବ

ମଣିଷ ମନରେ ଫଳ ଆଶା ବାନ୍ଧି 

କର୍ମ କରେ ପ୍ରାଣ ପଣେ 

କାମନା କୁ ଫଳବତୀ ହେବା ପଥେ

ଦୁଃଖ ବଢ଼େ ବହୁ ଗୁଣେ 

କାମନା ଉଦ୍ରେକ ଥାଇ କାର୍ଯ୍ୟାରମ୍ଭ

ଫଳ ପାଇବା ଆଶାରେ 

କର୍ମେ ଲିପ୍ତ ଜୀବିତ ଥିବା ପର୍ଯ୍ୟନ୍ତ

କାମନା ଦୌଡେ ପଛରେ ‌।


କାମନାର ନାଶ ଯଦି ଅସମ୍ଭବ

ଲଗାଇ ହେବ ଅଙ୍କୁଶ

ସରଳ ସଞ୍ଜତ ଧାରାରେ ଜୀବନ

କାମନା ହୋଇବ ବଶ 

ମୌଳିକ ଆବଶ୍ୟକତା ଅଭାବେ 

ଦୁଃଖୀ ହୁଅଇ ମଣିଷ

ବିଳାସ ପୂର୍ଣ୍ଣ ଲାଳସା ଉଦ୍ରେକ ରେ

ଦୁଃଖ ସମ ଅବଶୋଷ

ଉପଲବ୍ଧ ପ୍ରତି ହୋଇଲେ ସନ୍ତୁଷ୍ଟ

କାମନା ହୋଇବ ଲୋପ

ଅଭାବ ପୂରଣ ନିମନ୍ତେ ଚେଷ୍ଟିତ

ହେଲେ କାମନା ତଦୃପ

କାମନାର ବିନାଶ ବରଂ ନ ହେଉ

କାମନାର ଦାସ ନୁହଁ

କାମନାକୁ ନିଜ ଦାଶ କଲେ ନିଶ୍ଚେ

ପରିବେଶ ସୁଖମୟ ।


ଜୀବନ ଅସ୍ଥାୟୀ ପୁଣି ଦୁଃଖ ପୂର୍ଣ୍ଣ

କ୍ରମେ ରୋଗ ବୃଦ୍ଧ ମୃତ

ସବୁକିଛି ଅନ୍ତଃ ସାର ଅଟେ ଶୁନ୍ୟ

ନିର୍ବାଣ ମାତ୍ର ପ୍ରଶାନ୍ତ

କାମନା ଜନିତ ଦୁଃଖ ଓ ବିନାଶ

ସମ୍ଭବ ବିଧି ବିଧାନେ

ପରମାତ୍ମା ପ୍ରତି ଲୟ ଧ୍ୟାନ ସହ

ଅଷ୍ଟାଙ୍ଗ ଯୋଗ ସାଧନେ

ଅହିଂସା ସତ୍ୟ ଆସ୍ତେୟ ବ୍ରହ୍ମଚର୍ଯ୍ୟ

ନିଶା ବର୍ଜନ ସହିତ

ପଞ୍ଚ ନୀତି ର ସଂକଳ୍ପ ହୃଦୟରେ

ସର୍ବଦା ହେଉ ଜାଗ୍ରତ ‌।


ଜୀବାତ୍ମା ଓ ପରମାତ୍ମା ର ମିଳନ

ଧ୍ୟାନ ସାଧନା ବଳରେ

ଧ୍ୟାନ ସହ ସାଧନାର ପନ୍ଥା ପ୍ରାପ୍ତି

ଅଷ୍ଟାଙ୍ଗ ମାର୍ଗ ବଳରେ

ଅଷ୍ଟାଙ୍ଗ ଯୋଗର ଆଠ ଗୋଟି ଅଙ୍ଗ

ମଣିଷ ନିଜ ଅଙ୍ଗରେ

ଭିନ୍ନ ଭିନ୍ନ ପ୍ରଣାଳୀରେ ନିୟନ୍ତ୍ରଣ

ଯୋଗ ସାଧନା ବଳରେ

ଯମ,ନିୟମ,ଆସନ,ପ୍ରାଣାୟମ

ପ୍ରତ୍ୟାହାର ପୁଣି ଧ୍ୟାନ

ଧାରଣା ,ସମାଧି ନାମରେ ଚୟନ

ଅଷ୍ଟାଙ୍ଗ ମାର୍ଗ ବର୍ଣ୍ଣନ ।


ସମାଧିରେ ପରମାନନ୍ଦ ଓ ମୁକ୍ତି 

ସମାଧି ଶେଷ ସୋପାନ 

ସମାଧିସ୍ଥ ପାଇଁ ଭବ୍ୟ ପ୍ରୟୋଜନ

ପୂର୍ବ ସାତ ଟି ସୋପାନ

ପ୍ରତି ଟି ମାର୍ଗର ନିଜସ୍ଵ ଶୈଳୀ

ସୁତ୍ର ଅବଲମ୍ବନ ରେ

ସ୍ଵୟଂ ସିଦ୍ଧ ହୁଏ ମନ ଆଉ ପ୍ରାଣ

ଅଷ୍ଟାଙ୍ଗ ଯୋଗ ମାର୍ଗରେ

ଯୋଗବଳେ ଅସାଧ୍ୟ ସାଧନ କଥା

ବର୍ଣ୍ଣିତ ଧର୍ମ ଶାସ୍ତ୍ର ରେ

ମୁନି ଋଷି ସାଧୁ ଯୁଗ ଯୁଗ ଧରି

ବ୍ରତୀ ଅଛନ୍ତି ଯୋଗରେ ।


ଅଷ୍ଟାଙ୍ଗ ସାଧନ ନିର୍ବାଣ ନାମରେ

ବର୍ଣ୍ଣିତ ବୌଦ୍ଧ ଧର୍ମରେ

ଆଧ୍ୟାତ୍ମିକ ସମ୍ମେଳନ ଭାବେ ଜଣା

ଖ୍ରୀଷ୍ଟ ଧର୍ମ ଅନୁସାରେ

ସୁଖ ଦୁଃଖ ରୁ ନିବୃତ ହେଲେ ଚିତ୍ତ

ଅନାବିଳ ଶାନ୍ତି ପ୍ରାପ୍ତି

ଇନ୍ଦ୍ରିୟ ର ନିୟନ୍ତ୍ରଣ ହୁଏ ଆପେ

ଯୋଗ ସାଧନେ ସମ୍ପ୍ରତି 

ପ୍ରତି ମାର୍ଗ ବିଷୟକ ଜ୍ଞାନ ପ୍ରାପ୍ତି

ଗୁରୁ ସାନିଧ୍ୟ ଲାଭରେ

ଜୀବନର ମୁକ୍ତି ପ୍ରାପ୍ତ ହେଉ କାମ୍ୟ

ଅଷ୍ଟାଙ୍ଗ ଯୋଗ ମାର୍ଗରେ ।



Rate this content
Log in

Similar oriya poem from Abstract