STORYMIRROR

Debaki Behera

Inspirational

3  

Debaki Behera

Inspirational

।ସ୍ଵାଧୀନ ନାରୀ।

।ସ୍ଵାଧୀନ ନାରୀ।

1 min
59

ଦୁଇ ଫଟୋଟିକୁ ଭଲକି ଚାହାଁ

ଅନ୍ତର ଆପେ ତୁ ବୁଝିବୁ ଆହା।

ଉପରରେ ଅଛି ଗୋଟିଏ ନାରୀ

ପିଲାଟିଏ ତାର କୋଳରେ ଧରି।

ବିକୁଅଛି ଆଜି ପତାକା ସିଏ

ସ୍ୱାଧୀନତା କଥା ବୁଝୁଛି କିଏ।

ଆଜି ଦିବସର ମହତ୍ତ୍ୱ କଥା

ସେ କାହୁଁ ବୁଝିବ ଗରିବୀ ଚିନ୍ତା।

ଦୁଃଖିନୀ ମାଆଟି ସିଏ ଅଟଇ

ପତାକା ବିକଇ ଛୁଆଟି ପାଇଁ।

ଲକ୍ଷ୍ମୀ ବାଇ ସିଏ ତଳ ଫଟୋରେ

ନିଜ ପୁତ୍ରଟିକୁ ବାନ୍ଧି ପିଠିରେ।

ଯୁଦ୍ଧ କରିଥିଲେ ରଣ ନୀତିରେ

ନଥିଲେ ବି କେହି ତାଙ୍କ ସାଥିରେ।

ସ୍ୱାଧୀନତା ମନ୍ତ୍ର ବୁଝିଣ ଥିଲେ

ଦୁର୍ନୀତି ବିରୁଦ୍ଧେ ସ୍ୱର ତେଜିଲେ।

ଝାନସି ରାଣୀ ବୋଲି ହୋଇଲେ ଖ୍ୟାତି

ଜଗତେ ଶୁଭିଲା ତାଙ୍କରି କୀର୍ତ୍ତି।

ନାରୀମାନେ ତୁମେ କଥାଟି ଶୁଣ

ଲକ୍ଷ୍ମୀବାଇ ପରି ନିଜକୁ ମଣ।

ଅବଳା ଦୁର୍ବଳା ନୋହୁଁ କେବେହେଁ

ଜାଣିବେ ସଭିଏଁ ଆପଣା ଛାଏଁ।

ହାରିବାଟା ନାହିଁ ଜାତକେ ଆମ

ଭାରତ ମାତlର କୋଳେ ଜନମ।

ଦେଶ ଓ ଜାତିର ଏଇ ଚିତ୍ରକୁ

ମନେ ରଖି ଚାଲେ ଆଗ ଆଗକୁ।

ଲକ୍ଷ୍ମୀବାଇ ପରି ହେଲେ ହେଁ ନାରୀ

ଚିତ୍ର ପଲଟିବ ନିଶ୍ଚେ ସେପରି।



Rate this content
Log in

Similar oriya poem from Inspirational