ସାଧବବୋହୁ
ସାଧବବୋହୁ
ନାଲି ଟୁକୁଟୁକୁ ସାଧବ ବୋହୂ
କେଡ଼େ ମନଲୋଭା ଦିଶଇ,
ବରଷା ଋତୁରେ ଧରା ପୃଷ୍ଠକୁ ସେ
କୁନିକୁନି ପାଦେ ଆସଇ ।
ସବୁଜ ବନାନୀ ପୃଥିବୀ ବକ୍ଷରେ
ଠୁକୁଠୁକୁ ପାଦେ ଚାଲୁ ଆନନ୍ଦେ,
ଦେଖିଦେଲେ ତୋ ସୁନ୍ଦର ରୂପ କୁ
ପିଲାଏ ଧରନ୍ତି ପାରମାନନ୍ଦେ ।
କୁନି ପିଲାଙ୍କର ତୁ ଅତି ପ୍ରିୟ
ଅଟୁ ତୁହି ତାଙ୍କ ପରମ ସଖି,
ଘେନି ଯାଆନ୍ତି ଲୋ ଘରକୁ ତାଙ୍କ
ହାତ ପାପୁଲି ରେ ସାଇତି ରଖି ।
ଭାରି ଚିକ୍କଣିଆ ଶରୀର ତୋର
ମଖମଲୀ ଓଢଣୀ ନାଲି ରଙ୍ଗର,
ତୁଳା ପରି ତୁହି ନରମି ଥାଉ,
ସରମିଲତା ମୋ ଗଜମୁକୁତା ଲୋ
ଛୁଇଁ ଦେଲେ ତୋତେ ସରମି ଯାଉ ।
ବରଷକୁ ଥରେ ଦେଖଇ ତୋତେ
ମନେ ପଡ଼େ ପିଲାଦିନ ମୋ ମୋତେ,
ସାଧବପୁଅ ର ସିନ୍ଦୂର ନେଇ
ବୋଳି ହୋଇଅଛୁ ହୃଦୟ ଦେଇ ।
ଦର୍ଶନ ଦେଇ ତୁ କରିଛୁ ଋଣୀ
ଦେଖା ହେବ ଆର ବରଷେ ପୁଣି,
କଳୁଷ ସମାଜ ର ନ ପଡୁ ଦୃଷ୍ଟି
ପ୍ରକୃତି ର ତୁ ଯେ ସୁନ୍ଦର ସୃଷ୍ଟି ।