STORYMIRROR

Lata Behera

Abstract

4  

Lata Behera

Abstract

ସାଧବ ବୋହୂ

ସାଧବ ବୋହୂ

1 min
361


ନାଲି ଟୁକୁ ଟୁକୁ ସାଧବ ବୋହୁ ତୁ

   ମାଟିରେ କରିଛୁ ଘର

ଥିରି ଥିରି ଚାଲି ନିଏ ମନ କିଣି

   ଲାଖି ଯାଏ ତୋଠି ନଜର ।

ତୁ ପ୍ରକୃତିରେ ଭାରି ସୁନ୍ଦର 

ତୋ ସୌନ୍ଦର୍ଯ୍ଯରେ ହୁଏ ବିଭୋର

ହଜି ଯାଇ ଥାଏ ତୋତେ ଦେଖୁ ଥାଏ

 ତୋ ପାଖେ ଫିକା ପଡେ ସିନ୍ଦୂର ।

ନାଲି ଟୁକୁ ଟୁକୁ ସାଧବ ବୋହୁ ତୁ ।


ବରଷା ଆସିଲେ ହସଇ ଧରଣୀ

    ହସି ଉଠେ ବିଲ ବନ

କୃଷକ ଭାଇର ଖୁସି ବଢି ଯାଏ

   ପୁଲକିତ ତନୁ ମନ ।

ଲଙ୍ଗଳ ମୂନରେ କରେ ସିଏ ଚାଷ

ଓଠରେ ଥାଏ ତା ମିଠା ମିଠା ହସ 

ସେଇ ହସ ଓଠେ ଅଧା ରହି ଯାଏ

  ତୁ ଯେବେ ହେଉ ବାହାର ।

ପଲକ ପଡେନି ତାର ।


ବରଷା ଋତୁର ସାଧବ ବୋହୂ ତୁ

    ବିଭିନ୍ନ ରଙ୍ଗ ତୋ ଥାଏ

ସବୁ ରଙ୍ଗ ତୋର ଅତି ମନଲୋଭା 

    ମୋ ପ୍ରିୟା ଲାଜେଇ ଯାଏ ।

କାଳେ ତା ପରି ସଜେଇ ହେବୁ

ମୋ ମନକୁ ତୁ କିଣି ନେବୁ

ସେଥିପାଇଁ ପ୍ରିୟା ଭାରି ଅଭିମାନୀ

  ମୋ ପରେ ରଖେ ତା ନଜର

ମୋ ଆଖି ଖୋଜେ ରଙ୍ଗ ତୋର ।


ମୋର ପ୍ରିୟା ଠାରୁ ତୁ ଅତି ସୁନ୍ଦର 

    ସତଲୋ କହୁଛି ମୁଁ 

ତୋ ରଙ୍ଗ ଉପମେ କେ ହେବ ତୁଳନା

   ସୌନ୍ଦର୍ଯ୍ଯର ରାଣୀ ତୁ ।

ଋତୁ ଦେଖି ଆସୁ ଥାଉ

ବରଷାରେ ଭିଜି ଯାଉ 

ଭିଜା ଭିଜା ବର୍ଷା କରେ ଭାରି ଈର୍ଷା 

ଧୋଇ ସେ ପାରେ ନା ରଙ୍ଗ ତୋର ।

ନାଲି ଟୁକୁ ଟୁକୁ ସାଧବ ବୋହୁ ତୁ ।


ତୋ ଦେହରୁ ଝରେ ରଙ୍ଗର ଅବିର

    ସେ ରଙ୍ଗ ଅଟେ ନିଆରା 

ସେଇ ନାଲି ଶାଢୀ ପ୍ରିୟା ପିନ୍ଧେ ଯେବେ

   ଦିଏ ନା ମୋତେ ସେ ଧରା ।

ଫୁଲେଇ ସେ କେତେ ହୁଏ

ହେଲେ ମୋ ମନ ତୋଠି ଥାଏ

ରଙ୍ଗରେ ପାଗଳ କରୁଛୁ ଲୋ ତୁ

   ତା କଥାରେ ଭରିଛି କୁହୁ ।

ସତେ କି ଝରୁଛି ମହୁ ।

ନାଲି ଟୁକୁ ଟୁକୁ ସାଧବ ବୋହୁ ତୁ ।



Rate this content
Log in

Similar oriya poem from Abstract