STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ସାଧାରଣତନ୍ତ୍ର ଦିବସ

ସାଧାରଣତନ୍ତ୍ର ଦିବସ

1 min
3


ହେ ଅମର ଆତ୍ମା ଭାରତ ମାଟିରେ

ଜନତାଙ୍କ ଦୁଃଖ ପାଇଁ

ଉତ୍ସର୍ଗ କରିଛ ନିଜର ଜୀବନ

ମୃତ୍ୟୁକୁ ନ ଡରି କେହି।୧

ମୋତେ ରକ୍ତ ଦିଅ ମୁଁ ତୁମକୁ ଦେବି

ସ୍ୱାଧୀନତା ଅଧିକାର

ସୁଭାଷ ବୋଷଙ୍କ ଡାକରା ପାଇକି

ଯୋଡି ହେଲେ କୋଟି ବୀର।୨

ଆରାମ ହାରାମ ଡାକ ଦେଇଥିଲେ

ତୁଣ୍ଡୁ ଜବାହରଲାଲ  

ସାରେ ଜାହା ସେ ଆଚ୍ଛା ସ୍ଲୋଗାନଟି

ମହମ୍ମଦ ଇକୱାଲ।୩

ସତ୍ୟମେବ ଜୟତେ ସୁନ୍ଦର ବାକ୍ୟ

ଯିଏ ସୃଜିଥିଲେ ଦିନେ

ମଦନ ମୋହନ ମାଲ୍ୟବ୍ୟଙ୍କୁ ହାୟ 

ଜାଣିଛ କି କେହି ଜଣେ?୪

ଜୟ ଯବାନ ଜୟ କିସାନ ଧ୍ଵନି

ଲାଲ ବାହାଦୁର ଶାସ୍ତ୍ରୀ

ସୁନ୍ଦର ସୃଜନୀ ଅମର ହୋଇଛି

ବଢ଼ାଏ ଦେଶର ମୈତ୍ରୀ।୫

ସ୍ବରାଜ ମୋହର ଜନ୍ମଗତ ଆହା 

ଅଧିକାର କରିବାକୁ

ବାଲ ଗଙ୍ଗାଧର ତିଳକ କହନ୍ତି

ଯେ ଚାହିଁବ ବଞ୍ଚିବାକୁ।୬

ବଙ୍କିମ ଚନ୍ଦ୍ର ଚାଟାର୍ଜୀ ହେ ତୁମେ

କି ସୁନ୍ଦର ଉପହାର

ବନ୍ଦେ ମାତରମ ଗଗନ ପବନ

କରିଥିଲା ଥରହର।୭

ଦେଶର ପୂଜା ହିଁ ରାମଙ୍କର ପୂଜା

ମଦନଲାଲ ଧିଙ୍ଗ୍ରିଙ୍କ

କେଡ଼େ ସୁମଧୁର ଅମର ମୁଖରୁ

ବାହାରି ଅମୃତ ଛୁଙ୍କ।୮

ଭକତ ସିଂହଙ୍କ ତୁଣ୍ଡରୁ ଝଙ୍କୃତ 

ଇନକ୍ଲାବ୍ ଜିନ୍ଦାବାଦ 

ମହାତ୍ମା ଗାନ୍ଧୀଙ୍କ ମର ଅବା କର 

କାହାକୁ ନ କର ବାଦ।୯

ପ୍ରଣାମ ଘେନ ହେ ମୋର ଯୋଡ ହସ୍ତୁ

ଅମର ପୁରୁଷଗଣ 

ସାଧାରଣତନ୍ତ୍ର ଦିବସ କାଳରେ

କରୁଛି ଆଜି ଜଣାଣ।୧୦

       


Rate this content
Log in

Similar oriya poem from Abstract