STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ସାଧାରଣତନ୍ତ୍ର ଦିବସ

ସାଧାରଣତନ୍ତ୍ର ଦିବସ

1 min
10

(  ରାଗ:- ବଙ୍ଗଳା ଶ୍ରୀ )


ଆମ ସମ୍ବିଧାନ ଆମ ଅଭିମାନ 

ରାମ ପ୍ରତିମୂର୍ତ୍ତି ତହିଁ

ତାଙ୍କରି ଆଦର୍ଶ ମନୁଷ୍ୟ କର୍ତ୍ତବ୍ୟ

ଆମ ସମ୍ବିଧାନ ଯହିଁ !!


ସମ୍ବିଧାନ ହେଲା ଶାସ୍ତ୍ର ଶାସନର

ଆମ୍ବେଦକର ରଚନା 

ଯୁଗା ଯୁଗାନ୍ତର ସ୍ମୃତିକୁ ରଖିଣ 

ରାମରାଜ୍ୟର କଳ୍ପନା !!


ଦୂରହେଲା ରାଷ୍ଟ୍ରେ ବାଧାବିଘ୍ନ ସବୁ

ଆରାଧ୍ୟ ନାମ ଗୁଞ୍ଜିଲା

ବାଇଶି ତାରିଖ ପ୍ରାଣ ପ୍ରତିଷ୍ଠା ଯେ

ଅଯୋଧ୍ୟା ସାଜି ଉଠିଲା !!


ଦିବ୍ୟ ଭବ୍ୟ ପରା ରାମଙ୍କ ମନ୍ଦିର

ତୁଳନାରେ କିଏ କାହିଁ

ଜନ୍ମ ଗର୍ଭଗୃହେ ବାଲ୍ୟରୂପେ ପରା

ଦର୍ଶନ ଦେବେ କି ତହିଁ !!


ରାମ  ଆଧାରିତ ସମ୍ବିଧାନ ଆମ

ମନୁଷ୍ୟ କର୍ତ୍ତବ୍ୟ ତହିଁ

ଆମ୍ବେଦକରହେ ଦେଲେଟି ରାଷ୍ଟ୍ରକୁ

ରାମରାଜ୍ୟ କୀର୍ତ୍ତି ଯହିଁ !!


ସତ୍ୟ ଅହିଂସାର ସମଭାବ ନୀତି

ରାଷ୍ଟ୍ର  ଗଣତନ୍ତ୍ର  ଗ୍ରନ୍ଥ

ଯାହା ବଳୁ ହେଲା ବିଜୟ ସତ୍ୟର 

ଧନ୍ୟ ଭକ୍ତ ସାଧୁ ସନ୍ଥ !!


ଚତୁର୍ଦ୍ଦିଗ ରାମ ଦେଶ ବା ବିଦେଶ

ରାମ ନାମ ଗୁଞ୍ଜୁ ଅଛି 

ଅସୁର ପ୍ରବୃତ୍ତି ହେଲେ ପରାଜୟ

ଅମୃତ କାଳ ଦିଶୁଛି !!


ପରଂବ୍ରହ୍ମ ପରା ଅନାଦି ଅନନ୍ତ

ମର୍ଯ୍ୟାଦା ପୁରୁଷ ରାମ

ଯୁଗ ଯୁଗ ଯାର ମହିମା ଗୁଞ୍ଜନ୍

ଧର୍ମ ସନାତନ ଆମ !!


ଶାନ୍ତିର ସନ୍ଦେଶ ଦିଏ ଟି ବିଶ୍ବକୁ

ଆମ ସାଧାରଣ ତନ୍ତ୍ର

ଆମ୍ବେଦକରଙ୍କ କୀର୍ତ୍ତି ଗୁଞ୍ଜୁ ଅଛି 

ପରା ରାମରାଜ୍ୟ ମନ୍ତ୍ର !!


ତ୍ରେତୟାର ପରି ଅଯୋଧ୍ୟାର ଦୃଶ୍ୟ 

ଅମୂଲ୍ୟ ଏ ସମ୍ବିଧାନ 

ଗୌରବର ଗାଥ ଲେଖୁଛି ଭାରତ 

ଆସିଛି ପବିତ୍ର ଦିନ !!



Rate this content
Log in

Similar oriya poem from Abstract