ସାବତ ମାଆ
ସାବତ ମାଆ
ସାବତ ଶବ୍ଦକୁ ସିଏ ଦେଇଥିଲା ପାଶୋରି,
ମାଆ ହରେଇ ମାମୁଁ ଘରେ ଥିବା ପିଲାକୁ କରି ନିଜର,
ବାହା ପରେପରେ ଆଣି ରଖିଥିଲା ନିଜର କରି,
ହେଲେ ସିଏ ଥିଲା ସାବତ ମାଆ।
ନିଜ ଗର୍ଭରେ ସେ ତାକୁ ନଅ ମାସ ଧରିନି ସତ,
ପ୍ରସବ ବେଦନା କରିନି ସହ୍ଯ,
ମାଆ ଠାରୁ କମ୍ ସ୍ନେହ କରୁ ନ ଥିଲା,
ହେଲେ ସିଏ ଥିଲା ସାବତ ମାଆ।
ସନ୍ତାନକୁ ନିମିଷକ ପାଇଁ ନ ଦେଖିଲେ ହୁଏ ଅନ୍ଧ,
ସ୍ବାମୀ ସହ ଝଗଡାକରି ମୋ ଛୁଆ କୁ ହତାଦର,
ମୋ ଛୁଆ ଆଗରେ ସବୁ ମୋ ପାଇଁ ତୁଚ୍ଛ,
ହେଲେ ସିଏ ଥିଲା ସାବତ ମାଆ।
ଆଜି ନିଜର ସେହି ରନ୍କୁଣି ଧନ କୁ ଦେଇଛି ମାରି,
ନିଜେ କରିଛି ଆତ୍ମହତ୍ଯା,
କେତେ କଷ୍ଟ ହେଇ ନଥିବ ତାକୁ,
ହେଲେ ସିଏ ଥିଲା ସାବତ ମାଆ।
କାହିଁକି କଅଁଳା ଶିଶୁକୁ କଲା ହତ୍ଯା,
ତା ମନରେ ଥିଲା ତା ଛଡା ଏ ପିଲା ନୁହଁ କାହାର,
ମାଆ ନାହିଁ ବୋଲି ମାମୁଁ ଘରେ ଥିଲା,
ହେଲେ ସିଏ ଥିଲା ସାବତ ମାଆ।
ସିଏ ତା ପରେ ପିଲାର ଅନାଥ ପଣକୁ ଜାଣି ଗଲା,
ତା ଆତ୍ମା ସେ କଷ୍ଟ ଦେଖିପାରି ନ ଥାଆନ୍ତା,
ତେଣୁ ଏଇ ନିମିଷକ କଷ୍ଟକୁ ନେଲା ଆଦରି,
ହେଲେ ସିଏ ଥିଲା ସାବତ ମାଆ।
ଆଜି ତାର ପିଲା ପ୍ରତି ସ୍ନେହକୁ କେହି ବୁଝୁ ନିଜ,
କଅଁଳି ପିଲାଟିକୁ କାହିଁକି ମାରିଲା,
ହେଲେ ତାର ନିଗାଡ଼ି ସ୍ନେହ ନବୁଝେ କେହି
ହେଲେ ସିଏ ଥିଲା ସାବତ ମାଆ।
ଜନ୍ମ ଦେଲା ମାଆର ଆତ୍ମା ଆଜି ପାଇଛି ଶାନ୍ତି,
ମୋ ପିଲା କୁ ସିଏ ନିଜ ପିଲାର ସ୍ନେହ ଦେଲା,
ସିଏ ତାକୁ ମାରିନ୍ ବରଂ ଦେଇଛି ତ୍ରାହି,
କିନ୍ତୁ ମାଆ ଠୁ ବଳି ସେଇ ସାବତ ମାଆ।
