ସାବିତ୍ରୀ ଓଷା
ସାବିତ୍ରୀ ଓଷା
ସାବୀ ନାନୀ କରେ ସାବିତ୍ରୀ ଓଷା
ସ୍ୱାମୀକୁ ଡାକେ ହେ ବାଡିପସା
କେତେ ଭଲ ଶାଢ଼ୀ ଚୁଡ଼ି ପିନ୍ଧି କି
ବୁଲୁଛନ୍ତି ଆମ ସାହି ପଡିଶା
ଫୁଟି ଯାଉନାହିଁ ତୋହର ଆଖି
ମୋତେ କରୁ ସଦା ତୁ ନିରିମାକ୍ଷୀ
ପିଇ ଦେଇକରି ଆସିଲୁ ନିଶା
ଭୋକ ଉପାସେ ମୋ ଉଡୁଛି ହଂସା
ହେ ବାଡି ପସା
ରମା ନାନୀ ଦାମି ଶାଢୀ ପିନ୍ଧିଛି
ସୁମା ନାନୀ ସୁନା ଶଙ୍ଖା କିଣିଛି
ମୋ ବୋପା ତୋତେ କରି ଭରସା
ବୁଡ଼ାଇଲା ସବୁ ମୋହର ଆଶା
ହେ ଗାତ ପସା ଅଳପେଇସା
ତୋତେ ବାହାହୋଇ ଭୋଗୁଛି ଦଶା
ଭୋକ ଉପାସେ ପେଟରେ ମୋର
ଏପଟେ ସେପଟେ ଦଉଡେ ମୂଷା
ହେ ବାଡି ପସା
ଆଜିଠୁ ଛାଡିଲି ସାବିତ୍ରୀ ବ୍ରତ
ହେଲେ ହେଉ ପଛେ ତୋହର ମୃତ
ଉପାସ ଭୋକରେ କିଆଁ ରହିବି
ଅଜଥା କଷ୍ଟ ମୁଁ କାହିଁ ସହିବି
ତୋ ପରି ଘଇତା, ପାଇ ଜୀବନଟା
ହୋଇତ ଗଲାଣି ମୋର ପିତା
ନହେଲେ ନ ହେବି ସାବିତ୍ରୀ ସୀତା
ଖାଇବି ଯାଉଛି ମାଛ ରାଇତା
ଉପାସ କରିବି ବୋଲି ଯେ ମୁହିଁ
ମାଛ ଆଣି ଥିଲା ଧରମ ଭାଇ
ରାତି ଚିରିଟାରେ ଖାଇଣ ଥିଲି
ମୁଣ୍ଡ ଧୋଇକରି ଓଷା କରିଲି।
କେତେ ଚିନ୍ତା ତାର ମୋହର ପାଇଁ
ତା ସାଙ୍ଗେ ଯାଉଛି ଏକାଥା ତୁହି।
ଅଳ ପେଇସା ହେ ଗାତ ପସା,
ଗଡୁଥା ଏଇଠି ପିଇକି ନିଶା
ଆଜିଠୁ ଛାଡିଦେ ମୋହର ଆଶା
ଛାଡୁଛି ତୋ ପାଇଁ ସାବିତ୍ରୀ ଓଷା ।
