STORYMIRROR

Tilottama Prusty

Comedy

3  

Tilottama Prusty

Comedy

ସାବିତ୍ରୀ ଓଷା

ସାବିତ୍ରୀ ଓଷା

1 min
197

ସାବୀ ନାନୀ କରେ ସାବିତ୍ରୀ ଓଷା

      ସ୍ୱାମୀକୁ ଡାକେ ହେ ବାଡିପସା

କେତେ ଭଲ ଶାଢ଼ୀ ଚୁଡ଼ି ପିନ୍ଧି କି

      ବୁଲୁଛନ୍ତି ଆମ ସାହି ପଡିଶା 

ଫୁଟି ଯାଉନାହିଁ ତୋହର ଆଖି

       ମୋତେ କରୁ ସଦା ତୁ ନିରିମାକ୍ଷୀ

ପିଇ ଦେଇକରି ଆସିଲୁ ନିଶା

       ଭୋକ ଉପାସେ ମୋ ଉଡୁଛି ହଂସା

ହେ ବାଡି ପସା

ରମା ନାନୀ ଦାମି ଶାଢୀ ପିନ୍ଧିଛି

        ସୁମା ନାନୀ ସୁନା ଶଙ୍ଖା କିଣିଛି

ମୋ ବୋପା ତୋତେ କରି ଭରସା

        ବୁଡ଼ାଇଲା ସବୁ ମୋହର ଆଶା

ହେ ଗାତ ପସା ଅଳପେଇସା

         ତୋତେ ବାହାହୋଇ ଭୋଗୁଛି ଦଶା

ଭୋକ ଉପାସେ ପେଟରେ ମୋର

       ଏପଟେ ସେପଟେ ଦଉଡେ ମୂଷା

ହେ ବାଡି ପସା

ଆଜିଠୁ ଛାଡିଲି ସାବିତ୍ରୀ ବ୍ରତ

    ହେଲେ ହେଉ ପଛେ ତୋହର ମୃତ

ଉପାସ ଭୋକରେ କିଆଁ ରହିବି

      ଅଜଥା କଷ୍ଟ ମୁଁ କାହିଁ ସହିବି

ତୋ ପରି ଘଇତା, ପାଇ ଜୀବନଟା

      ହୋଇତ ଗଲାଣି ମୋର ପିତା

ନହେଲେ ନ ହେବି ସାବିତ୍ରୀ ସୀତା

      ଖାଇବି ଯାଉଛି ମାଛ ରାଇତା

ଉପାସ କରିବି ବୋଲି ଯେ ମୁହିଁ

      ମାଛ ଆଣି ଥିଲା ଧରମ ଭାଇ

ରାତି ଚିରିଟାରେ ଖାଇଣ ଥିଲି

     ମୁଣ୍ଡ ଧୋଇକରି ଓଷା କରିଲି।

କେତେ ଚିନ୍ତା ତାର ମୋହର ପାଇଁ

      ତା ସାଙ୍ଗେ ଯାଉଛି ଏକାଥା ତୁହି।

ଅଳ ପେଇସା ହେ ଗାତ ପସା,  

        ଗଡୁଥା ଏଇଠି ପିଇକି ନିଶା

 ଆଜିଠୁ ଛାଡିଦେ ମୋହର ଆଶା

         ଛାଡୁଛି ତୋ ପାଇଁ ସାବିତ୍ରୀ ଓଷା ।

        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy