ସାବାସ୍ ଦୁନିଆ
ସାବାସ୍ ଦୁନିଆ
କେବେ ମୁଁ ଝୁନ୍ଟିଚି ତ କେବେ ଉଠିଚି
ପିଠିରେ ମୋ ନୋଳା ଫାଟିଚି
ମାଡର ଦାଗରେ ଚୁନ ଲଗେଇବା ଲୋକବି ଦେଖିଚି
ଗୋଟାଏ ଚକୋଲେଟ୍ ଦେଇ
ସର୍ବୋସ ଲୁଟ୍ କରିବା ବି ଏ ଆଖି ଦେଖିଚି
ମନ୍ଦିର ହୁନ୍ଡିରେ ଟନ୍କାଏ ପକେଇ
ହଜାର ଟଙ୍କାର ମୂଲକଲାବାଲା ବି ଦେଖିଚି
ଏଇତ ଆଜି ରୂପସୀ ଯାହାକୁ ଭାଇ କହି
ଶ୍ରଧାରେ ରାକ୍ଷୀ ବାନ୍ଧିଥିଲା
ସେଇ ଭାଇର କଳଙ୍କକୁ ସହି ନପାରି
ପୋଖରିରେ ବୁଡି ମରିଚି-
ଆଜି ତାଙ୍କ ଗାଁ ଦାଣ୍ଡେ ହୁରି ପଡିଚି...
ଉପରେ ପାଣି ଛିଞ୍ଚି, ଭିତରେ ଚେର କାଟୁଥିବା-
ଲୋକକୁ ଚିନ୍ହିବା ଆଉ କି ବାକିଅଛି
ସଫାକୁ ଅସନା କରିବା ଲୋକ ବହୁତ ଦେଖିଚି
ହେଲେ କିଏ ବା ଅସନାରେ ସଫାକୁ ସାଉଁଟୁଚି
ମୁଁ ଗାନ୍ଧୀଙ୍କ ତିନି ମାଙ୍କଡ ଭଳି ଚୁପ୍ ରହିଯିବି
ହେଲେ ତମେ ସବୁ ଅଗକୁ ଠେଲିଦେଇ
ପଛରେ ସେମିତି ଗୋଇଠା ଦଉଥାଅ...।।