Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kiranbala Rath

Classics

4.0  

Kiranbala Rath

Classics

ସ୍ୱୟଂସିଦ୍ଧା

ସ୍ୱୟଂସିଦ୍ଧା

1 min
211


ଜାଳିବାର ଶକ୍ତି ଥାଇ କାହିଁକି ଜାଳୁଛ ?

ଲୁହର ବନ୍ୟାକୁ ଶୁଖାଇ ପାର

ଶିଳାକୁ ବି ଚୂର୍ଣ୍ଣ କରିପାର

ତଥାପି କାହିଁକି?

ଅସଜଡା ଅଲୋଡ଼ା ଅଧୈର୍ଯ୍ୟତା ।

ମହିଷାକୁ ବଧ କରିପାର ତୁମେ

କଳ୍ପନା ପରି ଆକାଶକୁ ଲମ୍ପ ଦେଇପାର ।


ଅନେକ ଶକ୍ତିର ଅଧିକାରିଣୀ

ଭୀତତ୍ରସ୍ତ କମ୍ପିତ ମାନସିକତା

କାହିଁ ପାଇଁ ଆତ୍ମ ସମର୍ପଣ ?


ବିଶ୍ରାମ ତ ଭୟାନକ ମୃତ୍ୟୁ

ଲକ୍ଷ୍ମୀ ତୁମେ ଶାନ୍ତି - ମୈତ୍ରୀ - ପ୍ରୀତିର

ପ୍ରବହମାନ ଅମୃତ ଧାରା

ଅନେକ ଭାରକୁ ଉସ୍ବାସ କରିପାରେ ଯିଏ

ସିଏ ବା ଅକ୍ଷମ ବୋହିବାକୁ ନିଜ ଭାରା ।


ଦୁର୍ଗତିନାଶିନୀର ପରିପ୍ରକାଶ ତୁମେ

ଚତୁର୍ଦ୍ଦିଗେ ଶ୍ରେଷ୍ଠ ଅସ୍ତ୍ର ଥାଇ

ସେ ପୁଣି ମହିଷାରେ ଭୀତା।


ସ୍ୱୟଂସିଦ୍ଧା ତୁମେ ଯୋଦ୍ଧା

ସିଂହ ବଧ କରିବାର ଶକ୍ତି ଥାଇ

ପତଙ୍ଗ ରେ ଭୀତା।


ନାହିଁ ପରାଜୟ , କ୍ଲାନ୍ତ ବିଜୟ ପର୍ଯ୍ୟନ୍ତ

ଆସୁ ପଛେ ଯେତେ ପ୍ରତିବନ୍ଧକ ଓ ଭୟ

ଶତଶତ ପାପୀ କୈାରବଙ୍କ ଏକା ନିପାତ କରିପାର ।


ସେହି ପାପ ପଙ୍କରେ ନ ବୁଡିଯାଅ ଦେଇ ନଜର

ଅର୍ଜୁନଙ୍କ ପରି ଲକ୍ଷ୍ୟ କର ତୀର

ଦୂର ହେବ ଯେତେ ଅଛି ସବୁ ବାଧା ବିଘ୍ନ ଭୟଙ୍କର.... ।



Rate this content
Log in

Similar oriya poem from Classics