ସ୍ୱର୍ଗଶିରୀ
ସ୍ୱର୍ଗଶିରୀ


କୃଷ୍ଣ କରିଥିଲେ ଗୋପଲୀଳା ଏଠି
ଦୁଆରୀ କରନ୍ତି ଭାରତ ଲୀଳା
ଛାନ୍ଦ ଚଉପଦୀ ଗାଆନ୍ତି ସୁସ୍ୱରେ
କଷ୍ଟକର ଶିକ୍ଷା ଜୀବନ କଳା ।
ଦେବଦେବୀ ରୂପେ ଠାଣିମାଣି ରଚି
କରୁଛି ମଣିଷ କେତେ ସୁଆଙ୍ଗ
ଭାବନା ରାଇଜେ ଉଡିବୁଲେ କବି
ଭାବ ପାରାବାରେ ଖେଳେ ତରଙ୍ଗ ।
ଭାବ ଭକତିରେ ଶକତି ନିହିତ
ପ୍ରକୃତି ଅକ୍ଷରେ ହୁଏ ଜୀବନ୍ତ
ସିଦ୍ଧାନ୍ତ ସ୍ୱରୂପେ ହୁଏ ସୁଗଠିତ
ରୂପ ରସ ଗୁଣ ଛନ୍ଦ ଆବଦ୍ଧ ।
ପ୍ରଭୁ କୃଷ୍ଣ ଚନ୍ଦ୍ର କଷ୍ଟ ଲବ୍ଧ ଫଳ
ଶକତି ସଂଯୋଗେ ଶବ ହିଁ ଶିବ
ବଲ୍ମୀକରେ ବସି ଘୋଷି ମରା ମରା
ରତ୍ନାକର ପାଏ ରାମଙ୍କ ଖୋଜ ।
ସ
ବୁ ଅଭିନୟ ଲୀଳା ବା ସୁଆଙ୍ଗ
ବେଦ ପୋଥି ମନ୍ତ୍ର ଇତିହାସ
ଫଳଦାୟୀ ହୁଏ ବିଷୟ ସକଳ
କର୍ମ ହେଲେ ସତ୍ୟ ଆଧାରିତ ।
ଉତ୍ତମ ସୁଗୁଣ ବରଣେ ଚରିତ୍ର
ଆଚରଇ ବୁଦ୍ଧି ସତସାହସ
ପରୋପକାର ରେ ଜୀବନ ସାର୍ଥକ
ହୁଏ ସ୍ୱର୍ଗଶୀରି ସୁଖ ପ୍ରାପ୍ତ ।
ଶକ୍ତି ଯୋଗମାୟା ଦିଅନ୍ତୁ ଅଭୟ
ପ୍ରକାଶିତ ହେଉ ସତ୍ୟାଲୋକ
ପାଳନ୍ତୁ ସକଳ କର୍ତ୍ତବ୍ୟ ମର୍ଯ୍ୟାଦା
ନାରୀ ପୁରୁଷ ଭେଦ ବାଧକ ।
ଏକ ଅନୁରୂପ ସର୍ଜନ କରମ
ସ୍ୱଧର୍ମ ହେଉ ଅନୁସରଣ
ଅରଜନ୍ତୁ ସର୍ବେ ଯଶ ଓ କୀରତି
ସ୍ୱସ୍ତିକ ରେ ହେଉ ଉଦବରଣ ।
---------------